ଶିବସେନା ସକାଳେ ବାଘ……ସନ୍ଧ୍ୟାରେ ବିଲେଇ : ଦେବେନ୍ଦ୍ର ଫଡନଭୀସ

ମୁମ୍ବଇ : ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭୀସ ନୂଆବର୍ଷରେ ଭାରତୀୟ ଜନତା ପାର୍ଟି(ବିଜେପି)ର ପୂର୍ବତନ ସହଯୋଗୀ ଦଳ ଶିବସେନାକୁ ଟାର୍ଗେଟ କରିଛନ୍ତି। ଶିବସେନା ସକାଳେ ବାଘ ହେଲେ ସନ୍ଧ୍ୟାରେ ବିଲେଇ ବୋଲି ବୁଧବାର ଫଡ଼ନଭୀସ କହିଛନ୍ତି। ସେ କହିଛନ୍ତି, ଶିବସେନାର ବେଇମାନୀ ପାଇଁ ଆଜି ଅମେ ବିରୋଧୀଦଳ ଭାବେ ରାଜ୍ୟରେ ରାଜନୀତି କରୁଛୁ। ନଚେତ ଆମେ ଆଜି ରାଜ୍ୟକୁ ଶାସନ କରୁଥାନ୍ତୁ।
ନାଗରିକା ସଂଶୋଧନ ଆଇନ(ସିଏଏ) ଓ ଏନଆରସିକୁ ନେଇ ଶିବସେନାର ଦୋ ମୁହାଁ ନିତି ରହିଥିବା ସେ କହିଛନ୍ତି। ଲୋକସଭାରେ ଏନେଇ ଶିବସେନାର ଗୋଟିଏ ମତ ହୋଇଥିବାବେଳେ ରାଜ୍ୟସଭାରେ ମତ ପରିବର୍ତ୍ତନ କରିବାକୁ ସେ ନିନ୍ଦା କରଛନ୍ତି। ଲୋକସଭାରେ ଏହାକୁ ସମର୍ଥନ କରୁଥିବାବେଳେ ରାଜ୍ୟସଭାରେ ସମର୍ଥନ ନ କରିବାକୁ ସେ ଶିବସେନା ସକାଳେ ବାଘ ହେଲେ ସନ୍ଧ୍ୟାରେ ବିଲେଇ ବୋଲି କହିଛନ୍ତି। ଶିବସେନା କଂଗ୍ରେସର ନିର୍ଦେଶରେ ଏଭଳି କରୁଥିବା ଫଡ଼ନାଭୀସ କହିଛନ୍ତି।

Comments are closed.