ମୁମ୍ବଇରେ ଭୂକମ୍ପ ଝଟକା

ମୁମ୍ବଇ : ମହାରାଷ୍ଟ୍ରର ଉତ୍ତର ମୁମ୍ବଇରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଶୁକ୍ରବାର ସକାଳ ୧୦ଟା ୩୩ ମିନିଟ୍‌ ରେ ଭୂକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୨.୮ ଥିଲା। ଉତ୍ତର ମୁମ୍ବାଇଠାରୁ ୯୧ କିମି ଦୂରତାରେ ଏବଂ ୧୦ କିମି ଗଭୀରରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା। ଏଥିରେ ବିଶେଷ କିଛି କ୍ଷୟକ୍ଷତି ହୋଇଥିବା ଜଣାପଡିଛି। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଦ୍ୱାରା ଏହି ସୂଚନା ଦିଆଯାଇଛି।

Comments are closed.