କରୋନା : ମହାରାଷ୍ଟ୍ରରେ ୨୨ ପୁଲିସ ମୃତ, ସଂକ୍ରମିତ ହେଲେଣି ୨୦୯୫

ମହାରାଷ୍ଟ୍ର : ମହାମାରୀ କରୋନା ଭାରତରେ କାୟା ବିସ୍ତାର କରିଚାଲିଛି । ବର୍ତ୍ତମାନ ସୁଦ୍ଧା ଦେଶରେ ୧ଲକ୍ଷ ୫୮ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪ ହଜାର ୫୩୧ ଜଣଙ୍କର ମୃତ୍ୟୁ ହୋଇଛି । ବିଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ କେବଳ ୬ ହଜାର ୫୬୬ ଜଣ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୯୪ ଜଣ ବ୍ୟକ୍ତିଙ୍କର ପ୍ରାଣହାନୀ ହୋଇଛି ।


ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଏବଂ ଆକ୍ରାନ୍ତ ସଂଖ୍ୟାରେ ମହାରାଷ୍ଟ୍ର ଆଗରେ ରହିଛି । ବର୍ତ୍ତମାନ ସୁଦ୍ଧା ମହାରାଷ୍ଟ୍ରରେ କରୋନାରେ ୧୮୯୭ ଜଣଙ୍କ ପ୍ରାଣହାନୀ ହୋଇଥିବା ​‌ବେଳେ ୫୬ ହଜାର ୯୪୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସବୁଠୁ ବଡ କଥା ହେଉଛି କରୋନା ସଙ୍କଟ ସମୟରେ ଆଗଧାଡିର ଯୋଦ୍ଧା ସାଜିଥିବା ପୁଲିସ କର୍ମଚାରୀ ଏହି ମହାମାରୀରୁ ବର୍ତ୍ତି ପାରିନାହାନ୍ତି । ବର୍ତ୍ତମାନ ସୁଦ୍ଧା ମହାରାଷ୍ଟ୍ରରେ ମହାମାରୀ କରୋନାରେ ୨୨ ଜଣ ପୁଲିସ କର୍ମଚାରୀଙ୍କ ପ୍ରାଣହାନୀ ହୋଇଛି । ମହାରାଷ୍ଟ୍ରରେ ବିଗତ ୨୪ ଘଣ୍ଟା ମଧ୍ୟରେ ୧୩୧ ପୁଲିସ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୨ ଜଣଙ୍କର ମୃତ୍ୟୁ ହୋଇଛି । ମହାରାଷ୍ଟ ପୁଲିସ ଦ୍ବାରା ଜାରି କରାଯାଇଥିବା କରୋନା ବୁଲେଟିନ ଅନୁସାରେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୦୯୫ ଜଣ ପୁଲିସ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।ସେମାନଙ୍କ ମଧ୍ୟରୁ ୮୯୭ ଜଣ ସୁସ୍ଥ ହୋଇଥିବା ବେଳେ ୧୧୭୮ ଚିକିତ୍ସିତ ହେଉଛନ୍ତି ଏବଂ ୨୨ ଜଣଙ୍କର ମୃତ୍ୟୁ ହୋଇଛି ।

Comments are closed.