ମରାଠାଙ୍କୁ ସଂରକ୍ଷଣ ସୁବିଧା ପ୍ରଦାନକୁ କ୍ୟାବିନେଟ ଅନୁମୋଦନ

0

ମୁମ୍ବଇ : ମହାରାଷ୍ଟ୍ରର ମରାଠା ସମ୍ପ୍ରଦାୟଙ୍କୁ ସଂରକ୍ଷଣ ପ୍ରଦାନ ସମ୍ପର୍କିତ ନିଷ୍ପତ୍ତିକୁ ରାଜ୍ୟ କ୍ୟାବିନେଟ ରବିବାର ଅନୁମୋଦନ କରିଛି। କ୍ୟାବିନେଟ ଅନୁମୋଦନ ପରେ ଏ ସମ୍ପର୍କିତ ବିଧେୟକକୁ ବିଧାନସଭାର ଆଗାମୀ ଶୀତ ଅଧିବେଶନରେ ଆଗତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ଘୋଷଣା କରିଛନ୍ତି। ନିଷ୍ପତ୍ତି ଅନୁଯାୟୀ ମରାଠା ସମ୍ପ୍ରଦାୟକଙ୍କୁ ରାଜ୍ୟ ସରକାରଙ୍କ ଶିକ୍ଷାନୁଷ୍ଠାନ ଓ ଚାକିରି କ୍ଷେତ୍ରରେ ସଂରକ୍ଷଣ ସୁବିଧା ପ୍ରଦାନ କରାଯିବ। ଏସସି,ଏସଟି ଓ ଓବିସିଙ୍କ ପାଇଁ ରହିଥିବା ସଂରକ୍ଷଣ ବ୍ୟବସ୍ଥାରେ କୌଣସି ପ୍ରକାର ହସ୍ତକ୍ଷେପ କରା ନଯାଇ ମରାଠାଙ୍କ ଲାଗି ସଂରକ୍ଷଣ ବ୍ୟବସ୍ଥା କରାଯିବ। ମହାରାଷ୍ଟ୍ରରେ ମରାଠାଙ୍କ ସଂଖ୍ୟା ୩୨ରୁ ୩୫%। ତାମିଲନାଡୁ ସରକାରଙ୍କ ଭଳି ମହାରାଷ୍ଟ୍ର ସରକାର ନିଜ ଶିକ୍ଷାନୁଷ୍ଠାନ ଓ ଚାକିରି କ୍ଷେତ୍ରରେ ଏସସି,ଏସଟି, ଓବିସି, ମରାଠା ଓ ଅନ୍ୟ ସଂଖ୍ୟାଲଘୁଙ୍କ ପାଇଁ ୬୮% ଆସନ ସଂରକ୍ଷଣ ରଖିବେ ବୋଲି ମୁଖ୍ୟମନ୍ତ୍ରୀ ଫଡନବିସ କହିଛନ୍ତି।

Leave A Reply