ବିବାହ ଭୋଜିରୁ ଫେରୁଥିବା ବେଳେ ସଡ଼କ ଦୁର୍ଘଟଣା; ୧୦ ମୃତ

ମୁମ୍ବଇ: ମହାରାଷ୍ଟ୍ର ଜଳଗାଓଁ ଜିଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୧୦ ଜଣଙ୍କ ପ୍ରାଣହାନି ଘଟିଛି। ଏଥିରେ ୭ ଜଣ ଆହତ ହୋଇଥିବା ଜଣାପଡିଛି। ରବିବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିବା ସ୍ଥାନୀୟ ପୁଲିସ ସୂତ୍ରରୁ ଜଣାପଡିଛି।

ମିଳିଥିବା ସୂଚନା ଅନୁଯାୟୀ, ଏକ ଏସୟୁବୀ କାରରେ ଗୋଟିଏ ପରିବାର ଲୋକମାନେ ବିବାହ ଭୋଜିରେ ଯୋଗ ଦେଇ ଫେରୁଥିବା ବେଳେ ଡମ୍ପର ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ପରିବାରର ମୁଖିଆଙ୍କ ସମେତ ୧୦ ଜଣଙ୍କ ମୃତ୍ୟୁ ହୋଇଥିଲା। ଆହତଙ୍କୁ ସ୍ଥାନୀୟ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Comments are closed.