ମହରମ୍‌ ଶୋଭାଯାତ୍ରା ପାଇଁ ମିଳିଲାନି ଅନୁମତି

ନୂଆଦିଲ୍ଲୀ: ମହରମ୍‌ ଶୋଭାଯାତ୍ରା ପାଇଁ ଅନୁମତି ଦେବାକୁ ସୁପ୍ରିମ୍‌କୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା। ମହରମ୍‌ ଶୋଭାଯାତ୍ରା ପାଇଁ ଆଗତ ଜନସ୍ବାର୍ଥ ମାମଲା ସୁପ୍ରିମ୍‌କୋର୍ଟରେ ଖାରଜ ହୋଇଯାଇଛି। ଆଜି ମହରମ୍‌ ଶୋଭାଯାତ୍ରା ପାଇଁ ସୁପ୍ରିମ୍‌କୋର୍ଟର ୩ଜଣିଆ ଖଣ୍ଡପୀଠ ଅନୁମତି ଦେଇନାହାନ୍ତି। ସୁପ୍ରିମ୍‌କୋର୍ଟର ଏହି ୩ଜଣିଆ ଖଣ୍ଡପୀଠ ତାଙ୍କ ରାୟରେ କହିଛନ୍ତି ଯେ ମହରମ୍‌ ଶୋଭାଯାତ୍ରା ପାଇଁ ଅନୁମତି ଦିଆଗଲେ ଅରାଜକତା ସୃଷ୍ଟି ହୋଇପାରେ। କରୋନା ସଂକ୍ରମଣ ବୃଦ୍ଧି ପାଇଁ ଏକ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟକୁ ଦାୟୀ କରାଯିବ ଏବଂ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି। କୋର୍ଟ ହିସାବରେ ଆମେ ଲୋକଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ରିସ୍କ ନେବୁ ନାହିଁ ବୋଲି ୩ଜଣିଆ ଖଣ୍ଡପୀଠ ସେମାନଙ୍କ ରାୟ ଶୁଣାଇଛନ୍ତି।

Comments are closed.