ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସ ଅସୁସ୍ଥ

ଶ୍ବାସକ୍ରିୟାରେ ଅସୁବିଧା ଓ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ହସ୍ପିଟାଲରେ ଭର୍ତ୍ତି

ଲକ୍ଷ୍ନୌ : ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ ଖରାପ ହୋଇଯାଇଥିବା ଜଣାପଡିଛି। ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସ ଶ୍ବାସକ୍ରିୟାରେ ଅସୁବିଧା ଓ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଲକ୍ଷ୍ନୌ ନିଆଯାଇଥିବା ଜଣାପଡିଛି। ମହନ୍ତ ନୃତ୍ୟ ଗୋପାଳ ଦାସଙ୍କୁ ହସ୍ପିଟାଲ ନିଆଯିବା ପାଇଁ ଟ୍ରାଫିକ ପୁଲିସ ପକ୍ଷରୁ ସଫେଦାବାଦର ଗୋଲଡେନ ବ୍ଲସମ ହୋଟେଲରୁ  ସହିଦ ପଥରେ ଥିବା ମେଦାନ୍ତ ହସ୍ପିଟାଲ ପର୍ଯ୍ୟନ୍ତ ଗ୍ରୀନ୍ କରିଡରରେ ପରିଣତ କରାଯାଇଥିଲା। ଯାହା ଫଳରେ ତୁରନ୍ତ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କୁ ତୁରନ୍ତ ହସ୍ପିଟାଲରେ ଆଡମିଟ୍ କରାଯାଇପାରିଛି।

ସୂଚନାଯୋଗ୍ୟ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସ କିଛି ଦିନ ପୂର୍ବେ କରୋନାରୁ ସୁସ୍ଥ ହୋଇତିଲେ। ଅଗଷ୍ଟ ମାସରେ ମହନ୍ତ ନୃତ୍ୟ ଗୋପାଳ ଦାସ କୋରୋନାରେ ସଂକ୍ରମିତ ହେବା ପରେ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସିତ ହୋଇ ୮୨ ବର୍ଷିୟ ମହନ୍ତ ନୃତ୍ୟ ଗୋପାଳ ଦାସ ସୁସ୍ଥ ହୋଇ ଫେରିଥିଲେ।

Comments are closed.