ମାହାଙ୍ଗା ପ୍ରେସ କ୍ଳବର ନୂତନ କାର୍ଯ୍ୟାଳୟ ଉଦ୍‍ଘାଟିତ

କୁଆଁପାଳ: ମାହାଙ୍ଗା ବ୍ଳକ ଅନ୍ତର୍ଗତ କୁଆଁପାଳସ୍ଥିତ ପ୍ରତିଭା ଭବନ ନିକଟରେ ମାହାଙ୍ଗା ପ୍ରେସ କ୍ଲବର ନୂତନ କାର୍ଯ୍ୟାଳୟ ଉଦ୍‍ଘାଟନ ଉତ୍ସବରେ ମାହାଙ୍ଗା ବିଧାୟକ ତଥା ପଂଚାୟତରାଜ, ପାନୀୟ ଜଳ, ଆଇନ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟଅତିଥି ଭାବେ ଯୋଗ ଦେଇ ଉଦ୍‍ଘାଟନ କରିବା ସହ ସମାଜରେ ସତ୍ୟ ଓ ନ୍ୟାୟ ପ୍ରଦାନ ପାଇଁ ଗଣମାଧ୍ୟମ ପ୍ରତିନିଧିମାନଙ୍କର ଦାୟିତ୍ୱ୍ ଓ ଦଳମତ ବର୍ଣ୍ଣ ନିର୍ବିଶେଷରେ ଉର୍ଦ୍ଧ୍ବରେ ରହି ସଠିକ୍‍ ଖବର ପ୍ରକାଶ କଲେ ଦେଶ ଓ ରାଜ୍ୟର ବିକାଶ ହୋଇ ପାରିବ ବୋଲି ମତବ୍ୟକ୍ତ କରିିଥିଲେ।

ସମ୍ମାନୀତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ଶରତ ନାୟକ, ବ୍ଲକ ବିଜେଡି ସଭାପତି ରାଜକିଶୋର ଜେନା, ସମାଜସେବୀ ରଜନୀକାନ୍ତ ପରିଡା, ଜିଲ୍ଲା ପରିଷଦ ସଭ୍ୟ ହୃଷିକେଶ ସ୍ୱାଇଁ, ଯୁବ ବିଜେଡି କାର୍ଯ୍ୟକାରୀ ସଭାପତି ହେମନ୍ତ ପ୍ରଧାନ, ସମାଜସେବୀ ଯାଦବ ଚନ୍ଦ୍ର ଦାଶ ପ୍ରମୁଖ ଯୋଗ ଦେଇ ଗଣମାଧ୍ୟମ ପ୍ରତିନିଧିମାନେ ନିର୍ଭିକ ଭାବେ ଖବର ପ୍ରସାରଣ କରିବା ଉପରେ ଗୁରୁତ୍ୱ ଦେଇଥିଲେ।

ଏଥିରେ ପ୍ରେସ କ୍ଳବର ସଭାପତି ଦୀପକ ସାହୁ, କାର୍ଯ୍ୟକାରୀ ସଭାପତି ଲକ୍ଷ୍ମୀଧର ଖୁଂଟିଆ, ସଂଗଠନ ସଂପାଦକ ତାପସ ବିଶ୍ୱାଳ, ଉପସଭାପତି ଅମୀୟ ନାୟକ, ଅଶୋକ ଦାଶ, କୋଷାଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁ, ଉମାକାନ୍ତ ଜେନା, ଦୀପକ ଦାଶ, ମନୋଜ ଆଚାର୍ଯ୍ୟ, ପ୍ରକାଶ ନାୟକ, ସୁବ୍ରତ ମହାନ୍ତି, ଅନିରୁଦ୍ଧ ପାଣି, ଅର୍ଜୁନ ସାହୁ, ଚିତରଂଜନ ନାୟକ, ପିକେ ବାରିକ, ରବି ନାରାୟଣ ଦାସ, ସଂଯୁକ୍ତା ସାହୁ, ରାମକୃଷ୍ଣ ସାହୁ, ଦୟାନିଧି ସାହୁ, ଅଜୟ ଦାସ, ଅରବିନ୍ଦ ମହାନ୍ତି, ଜୟନ୍ତ ବିଶ୍ୱାଳ, ସତ୍ୟବ୍ରତ ବାରିକ, ଦେବେନ୍ଦ୍ର ଷଢଙ୍ଗୀ, ଅଭୟ କୁମାର ସାହୁ, ଶୈଳେନ୍ଦ୍ର ସାହୁ, ରମେଶ ଦାଶ, ନାରାୟଣ ଭୂୟା, ହିତେଶ ରାଉତ, ଅମୀୟ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହିଥିଲେ।

Comments are closed.