ମାହାଙ୍ଗାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଅନାବରଣ ଉତ୍ସବ ଅନୁଷ୍ଠିତ

କଟକ : କଟକ ଜିଲା ମାହାଙ୍ଗା ବ୍ଲକ କୁଆଁପାଳ ପ୍ରତିଭା ଭବନ ପରିସରରେ ବୁଧବାର ଗାନ୍ଧୀ ଜୟନ୍ତୀ ଅବସରରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଅନାବରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ “ସମାଜ”ର ମୁଦ୍ରାକାର ତଥା ଲୋକସେବକ ମଣ୍ଡଳର ଆଜୀବନ ସଦସ୍ୟ ନିରଞ୍ଜନ ରଥ ବରେଣ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପ୍ରତାପ ଜେନା, ପୂର୍ବତନ ମନ୍ତ୍ରୀ ସେକ୍ ମତଲୁବ ଅଲି, ଡ.ବିଜୟା ନନ୍ଦ ସିଂହ ମଧ୍ୟ ଉପସ୍ଥିତ ଥିଲେ।

Comments are closed.