ଗ୍ୟାସ ଟାଙ୍କି ବିସ୍ପୋରଣରେ ବ୍ୟବସାୟୀ ଗୁରୁତର

ମାହାଙ୍ଗା: ମାହାଙ୍ଗା ବ୍ଲକ ଅନ୍ତର୍ଗତ ବାଜପୁରା ପଞ୍ଚାୟତ ଶଶିଲୋ ଚକମଧୁପୁର ବଜାର ରେ ଜଣେ ଚା ଦୋକାନରେ ଗ୍ୟାସ ଟାଙ୍କି ବିସ୍ପୋରଣ ଘଟି ସେହି ଗ୍ରାମର ଶରତ ବେହେରା ନାମକ ବ୍ୟବସାୟୀ ଗୁରୁତର ଆହତ ହୋଇଛନ୍ତି ଏବଂ ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି।
ଶୁକ୍ରବାର ଅପରାହ୍ନରେ ଶରତ ତାଙ୍କ ଚା’ ଦୋକାନରେ ଚା’ ତିଆରି କରୁଥିବା ବେଳେ ହଠାତ୍ ପାଞ୍ଚ ଲିଟରିଆ ଗ୍ୟାସ ଟାଙ୍କିରେ ନିଆଁ ଲାଗି ଫାଟି ଯାଇଥିଲା। ଟାଙ୍କି ନିଆଁରେ ଦୁଇ ବଖରା ଦୋକାନ ଗୃହ ପୋଡ଼ି ଯାଇଥିବା ବେଳେ ଶରତଙ୍କ ମୁହଁ ହାତ ନିଆଁରେ ପୋଡ଼ିଯାଇଥିଲା। ତାଙ୍କୁ ସେଠାରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଗ୍ୟାସ୍‌ ଟାଙ୍କି ନିଆଁରେ ପୋଡ଼ି ହୋଇ ଗୁରୁତର ହୋଇପଡ଼ିଥିବା ଶରତଙ୍କୁ ପ୍ରଥମେ ମାହାଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ସେଠାରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତରିତ କରାଯାଇଛି। ଘଟଣା ସ୍ଥଳରେ କୁଆଁପଳ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

Comments are closed.