କୁସୁପୁର ଗଣହତ୍ୟା ମାମଲା; ଜେଲ ଗଲା ସୈତାନ ଶିବ

ମାହାଙ୍ଗା: କୁସୁପୁର ଗଣହତ୍ୟା ମାମଲାରେ ଜେଲ ଗଲା ଅଭିଯୁକ୍ତ ଶିବ । ୩ ଦିନିଆ ରିମାଣ୍ଡ ସରିବା ପରେ ପୁଲିସ ଅଭିଯୁକ୍ତ ଶିବ ପ୍ରସାଦ ସାହୁକୁ ସାଲେପୁର ଜେଲକୁ ପଠାଇଦେଇଛି । ଶିବାକୁ ଆଉ ରିମାଣ୍ଡରେ ଆଣିବାକୁ ପୁଲିସ ସାଲେପୁର ଜେଏମଏଫସି କୋର୍ଟରେ ଆବେଦନ କରିନଥିବା କହିଛି । ଗତ ୧୫ ତାରିଖରେ ପୁଲିସ ହତ୍ୟାର ତଦନ୍ତ ପାଇଁ ଶିବକୁ ତିନି ଦିନିଆ ରିମାଣ୍ଡରେ ଆଣିଥିଲା । ରିମାଣ୍ଡରେ ଆଣିବା ପରେ ଶିବକୁ ଅନେକ ପ୍ରଶ୍ନ କରିଥିଲା । ତାହା ସହ ଶିବକୁ ହତ୍ୟାକାଣ୍ଡ ସ୍ଥଳକୁ ନେଇ ପୁଲିସ କ୍ରାଇମ୍‌ ରିକ୍ରିଏସନ୍‌ କରାଇଥିଲା ।

Comments are closed.