ଚାଷୀଙ୍କୁ ଡାକି ଛୁଟିରେ ସମ୍ପାଦକ, ଧାନ ବସ୍ତା ରଖି ଚାଷୀଙ୍କ ରାସ୍ତା ଅବରୋଧ

କଟକ ଜିଲ୍ଲା ଅନ୍ତର୍ଗତ ମାହାଙ୍ଗା ବ୍ଲକ ଗୋପାଳପୁର ଚାଷୀ ସେବା ସମବାୟ ସମିତି ଧାନ ମଣ୍ଡିରେ ଆଜି ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଚାଷୀମାନେ ସମ୍ପାଦକଙ୍କ ଠାରୁ ଡାକରା ପାଇଁ ଶହ ଶହ ଧାନ ବସ୍ତା ଆଣି ପହଁଚିଲା ବେଳକୁ ମଣ୍ଡିରେ ତାଲା ପଡିଥିବା ଦେଖିବାକୁ ପାଇଥିଲେ। ଧାନ ରଖିବାକୁ କେହି ନଥିବାରୁ କୁରୁଜଙ୍ଗା, ଗୋପାଳପୁର ଓ ଭଦ୍ରେଶ୍ୱର ପଂଚାୟତର ଚାଷୀମାନେ ରାସ୍ତା ଉପରେ ଧାନ ରଖି ପ୍ରତିବାଦ କରିଛନ୍ତି। ଧାନ ରଖିବାକୁ ଚାଷୀଙ୍କୁ ମୋବାଇଲରେ ମେସେଜ ଦିଆଯାଇଥିବା ବେଳେ ଧାନ କ୍ରୟ ଦାୟିତ୍ୱରେ ଥିବା ସମ୍ପାଦକ କାହାକୁ ନ ଜଣାଇ ଛୁଟିରେ ରହିଥିବାରୁ ଏଭଳି ପରିସ୍ଥିତି ଉପୁଜିଥିବା ଜଣାପଡିଛି।

ମାହାଙ୍ଗା ବ୍ଲକ ଭଦ୍ରେଶ୍ୱର ସ୍ଥିତ ଭଦ୍ରେଶ୍ୱର ପଂଚାୟତ କାର୍ଯ୍ୟାଳୟ ନିକଟରେ ଥିବା ଗୋପାଳପୁର ସେବା ସମବାୟ ସମିତି ଧାନ ମଣ୍ଡିରେ ପହଁଚିଥିବା ଚାଷୀମାନେ ଶେଷରେ କଟିକଟା-ଲଳିତଗିରି ରାସ୍ତାର ଭଦ୍ରେଶ୍ୱର ବ୍ୟାଙ୍କ ଛକରେ ରାସ୍ତା ଉପରେ ଧାନ ରଖି ଅବରୋଧ କରିଛନ୍ତି।

Comments are closed.