ହେଟା ବାଘ ଆକ୍ରମଣରେ ତିନି ଗୁରୁତର, ମାହାଙ୍ଗା ସିପୂରାରେ ଆତଙ୍କ

କୁଆଁପାଳ: ହେଟା ବାଘ ଆକ୍ରମଣରେ ମାହାଙ୍ଗା ଶିପୁରା ଅଞ୍ଚଳରେ ୩ ଜଣ ଗୁରୁତର ହୋଇଛନ୍ତି। ଶିପୂରା ଗ୍ରାମରେ କଖାରୁ କ୍ଷେତରେ ଶ୍ରମିକ ଭାବେ କାମ କରୁଥିବା ସମୟରେ ପଶ୍ଚିମବଙ୍ଗ ଅଞ୍ଚଳର ଶ୍ରମିକ ଅଚିନ୍ତ ନାୟକ ଓ ବାଲେଶ୍ଵର ଅଞ୍ଚଳର ବାପୁନ ପାଲିଙ୍କୁ ହଠାତ୍ ହେଟା ବାଘ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ଦୁଇ ଜଣ ଗୁରୁତର ହୋଇଥିବା ବେଳେ ଶିପୂରା ଗାଁ ନିକଟରେ ଛିଡା ହୋଇଥିବା ବଡ଼ଚଣା ଅଞ୍ଚଳର ଅଶୋକ ସେନାପତିଙ୍କୁ ହେଟା ବାଘ ଆକ୍ରମଣ କରିଥିଲା। ସେ ମଧ୍ୟ ଗୁରୁତର ହୋଇ ମାହାଙ୍ଗା ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ହେଉଥିବା ବେଳେ ଜଣକୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି। ଏନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ସୂଚନା ଥାଉକି ଗତ ଦୁଇ ବର୍ଷ ହେବ ଏହି ଅଂଚଳରେ ହେଟା ବାଘ ବୁଲୁଥିବା ବେଳେ ବନ୍ୟ ବିଭାଗ ଏମାନଙ୍କୁ ଧରିବାରେ ଅସଫଳ ହୋଇଥିଲା। ଏବେ ଏହି ହେଟା ବାଘ ନିର୍ଭୟରେ ବୁଲୁଥିବା ବେଳେ ଲୋକଙ୍କୁ ଦେଖି ଆକ୍ରମଣ କରିବାକୁ ଗୋଡାଉଛନ୍ତି।

Comments are closed.