ମାହାଙ୍ଗା ପ୍ରସିଦ୍ଧ ହନୁମାନ ଜୟନ୍ତୀ ନିମନ୍ତେ କଳସ ଯାତ୍ରା ଅନୁଷ୍ଠିତ

ମାହାଙ୍ଗା ବ୍ଲକ ଉମର ସ୍ଥିତ ପ୍ରସିଦ୍ଧ ଶକ୍ତି ପୀଠ ତଥା ପର୍ଯ୍ୟଟନ ସ୍ତଳୀ ହନୁମାନ ଜୀଉ ମନ୍ଦିରରେ ମହାବୀର ଜୟନ୍ତୀ ଉପଲକ୍ଷେ କରୋନା କଟକଣା ମଧ୍ୟରେ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ହନୁମାନଜୀଉ ଭକ୍ତ ମଣ୍ଡଳୀ ଓ ଶ୍ରୀ ବଳଦେବଜୀଉ ମନ୍ଦିର ଟ୍ରଷ୍ଟ ଏବଂ ସ୍ଥାନୀୟ ଜନସାଧାରଣଙ୍କ ମିଳିତ ସହଯୋଗରେ ଦୁଇଦିନ ବ୍ୟାପି ମହାବୀର ଜୟନ୍ତୀ ଓ ଚାଳିଶା ପାଠ ଉତ୍ସବ ଅନୁଷ୍ଠିତ ହେବ। କରୋନା କଟକଣା ପାଇଁ ଚଳିତ ବର୍ଷ ୧୦୦୮ କଳସ ଯାତ୍ରା ପରିବର୍ତ୍ତେ କେବଳ କର୍ତ୍ତା ରମାକାନ୍ତ ପ୍ରହରାଜ ଓ ତାଙ୍କ ପତ୍ନୀ ଦୁଇଟି କଳସ ଧାରଣ କରି ସ୍ଥାନୀୟ ଟଳାପୋଖରୀରୁ ଜଳ ବରଣୀ କରି ପୂଜା ସ୍ଥଳରେ ଘଟ ସ୍ଥାପନ କରିଥିଲେ। ଆସନ୍ତା କାଲି ପଣା ସଂକ୍ରାନ୍ତି ଅବସରରେ ହନୁମାନଙ୍କ ଜନ୍ମ ଜୟନ୍ତୀ ଉତ୍ସବ କଟକଣା ଅନୁଯାଇ ପାଳିତ ହେବ।

Comments are closed.