ମାହାଙ୍ଗା ଡବଲ ମର୍ଡର ମାମଲାରେ ଭିକାରୀ ସ୍ବାଇଁ କୋର୍ଟ ଚାଲାଣ; କହିଲେ- ‘ମୋତେ ଫସାଇ ଦିଆଯାଇଛି’

ମାହାଙ୍ଗା: ମାହାଙ୍ଗା ଡବଲ ମର୍ଡର ମାମଲାର ଅଭିଯୁକ୍ତ ଭିକାରୀ ଚରଣ ସ୍ୱାଇଁଙ୍କୁ ପୁଲିସର ଏକ ଟିମ୍ ଗତକାଲି ରାଉରକେଲାରୁ ଗିରଫ କରିଥିଲା। ମଙ୍ଗଳବାର ଭିକାରୀଙ୍କୁ ସାଲେପୁର ବିଚାର ବିଭାଗୀୟ କୋର୍ଟକୁ ଚାଲାଣ କରିଛି ପୁଲିସ। ଅଷ୍ଟମ ଅଭିଯୁକ୍ତ ଭାବେ ପୁଲିସ ତାଙ୍କୁ ଜେରା କରିବା ସହ ତାଙ୍କ ସମ୍ପୃକ୍ତି ନେଇ ତଦନ୍ତ କରିଛି। ତେବେ ତାଙ୍କୁ ରାଜନୈତିକ ଶତ୍ରୁତାର ଫସାଇ ଦିଆଯାଇଛି ବୋଲି କୋର୍ଟ ଚାଲାଣ ବେଳେ ଗଣମାଧ୍ୟମକୁ କହିଛନ୍ତି ଭିକାରୀ।
ଭିକାରୀ କହିଛନ୍ତି, ୧୯୯୭ ମସିହାରୁ କୁଳମଣିଙ୍କ ପରିବାର ସହ ତାଙ୍କର ରାଜନୈତିକ ଶତ୍ରୁତା ଲାଗିରହିଥିଲା। କୁଳମଣିଙ୍କ ପୁତ୍ର ରମାକାନ୍ତ ଓ ରଞ୍ଜିତ ତାଙ୍କୁ ଫସାଇଦେଇଛନ୍ତି। ଏହି ହତ୍ୟାକାଣ୍ଡରେ ତାଙ୍କର ସମ୍ପୃକ୍ତି ନାହିଁ ବୋଲି ସେ ଗଣମାଧ୍ୟମକୁ କହିଛନ୍ତି।