ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ, ଜଣେ ଗୁରୁତର

ମାହାଙ୍ଗା: ମାହାଙ୍ଗା ଥାନା ଭୋଳିଦାସପୁର ଗ୍ରାମର ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣରେ ଜଣେ ଗୁରୁତର ହୋଇଥିବା ବେଳେ ତାଙ୍କୁ କଟକ ପଠାଯାଇଥିବା ଜଣା ଯାଇଛି। ମାହାଙ୍ଗା ଥାନା ଜୟପୁର ଫାଣ୍ଡି ଅଧୀନ ଭୋଳିଦାସପୁର ଗ୍ରାମର ଲକ୍ଷ୍ମୀଧର ଦାସଙ୍କୁ ସେହି ଗ୍ରାମର ବିଶ୍ଵନାଥ ସ୍ୱାଇଁ ପୂର୍ବ ଶତ୍ରୁତା ନେ଼ଇ ଏକ ଖଣ୍ଡାରେ ଆକ୍ରମଣ କରିଥିଲେ। ଏଥିରେ ତାଙ୍କ ମୁହଁ ଓ ବାମ ହାତରେ ଗଭୀର ଆଘାତ ଲାଗିବା ସହ ଗୁରୁତର ହୋଇ ପଡ଼ିଥିଲେ। ପ୍ରଥମେ ଜୟପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ମାହାଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଚିକିତ୍ସା କରାଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ଲଷ୍ମୀଧରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଆକ୍ରମଣକାରୀକୁ ଥାନରେ ଅଟକ ରଖି ପୋଲିସ ତଦନ୍ତ ଚଳାଇଛି।

Comments
Loading...