ମହାନଦୀ ଜଳ ବିବାଦ; ସତ୍ୟପାଠ ଦାଖଲ କରିବାକୁ ଓଡିଶାକୁ ନିର୍ଦେଶ

0

ନୂଆଦିଲ୍ଲୀ: ମହାନଦୀ ଟ୍ରିବ୍ୟୁନାଲରେ ଓଡିଶା-ଛତିଶଗଡ ଜଳ ବିବାଦକୁ ନେଇ ଶନିବାର ଶୁଣାଣି ହୋଇଛି । ଯୁକ୍ତି ଉପସ୍ଥାପନ ପରେ ସତ୍ୟପାଠ ଦାଖଲ କରିବାକୁ ଓଡିଶାକୁ ନିର୍ଦେଶ ହୋଇଛି । ଛତିଶଗଡ ବେଆଇନ ପାଣି ଅବରୋଧ କରୁଥିବା ଓଡିଶା ଦର୍ଶାଇଥିଲା । ପୂର୍ବର ଜଳ ପ୍ରବାହ ନେଇ ଟ୍ରିବ୍ୟୁନାଲ ସବିଶେଷ ତଥ୍ୟ ମାଗିଛି । ଗତ ୨୦ ବର୍ଷର ବର୍ଷା ଜଳ ପ୍ରବାହ ପରିମାଣ ତଥ୍ୟ ଦେବାକୁ ଓଡିଶାକୁ ନିର୍ଦେଶ ହୋଇଛି । ସମସ୍ତ ତଥ୍ୟ ସହ ସତ୍ୟପାଠ ଦାଖଲ କରିବାକୁ ଓଡିଶାକୁ ଦୁଇ ସପ୍ତାହ ମହଲତ ଦିଆଯାଇଛି । ଓଡିଶାର ସତ୍ୟପାଠ ଦାଖଲ ପରେ ଛତିଶଗଡ ପ୍ରତିଜବାବ ଦାଖଲ କରିବ । ଏହି ମାମଲାକୁ ନେଇ ପରବର୍ତ୍ତୀ ଶୁଣାଣି ପାଇଁ ଫେବ୍ରୁଆରୀ ୯ତାରିଖରେ ହେବ ବୋଲି ଦିନ ଧାର୍ଯ୍ୟ କରାଯାଇଛି ।

Leave A Reply