ମହାନଦୀ ପୋଲ ତଳକୁ ବସ ଖସିବା ଘଟଣା ; ଆଉ ଜଣେ ଯାତ୍ରୀ ମୃତ

0

କଟକ : କଟକ ମହାନଦୀ ପୋଲ ତଳକୁ ବସ୍‍ ଖସି ପଡିବା ଘଟଣାରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି। ପୁରୀ ଜିଲାର ରାମଚନ୍ଦ୍ର ମଲ୍ଲିକ(୫୦) କଟକ ବଡମେଡିକାଲର ଆଇସିୟୁରେ ଥିବା ସମୟରେ ମୃତ୍ୟୁ ହୋଇଛି। ବର୍ତ୍ତମାନ ମୃତକଙ୍କ ସଂଖ୍ୟା ୧୧ରେ ପହଞ୍ଚିଛି। ସେହିପରି ୨୨ଜଣ ଆହତ ଥିବା ସମୟରେ ୬ଜଣ ଆଇସିୟ୍ୟୁରେ ଅଛନ୍ତି।
ସୂଚନାଯୋଗ୍ୟ ଯେ, ଗତ ମଙ୍ଗଳବାର ତାଳଚେରରୁ କଟକ ଆସୁଥିବା ସମୟରେ ଜଗତପୁର ସ୍ଥିତ ମହାନଦୀ ପୋଲରେ ମଇଁଷିକୁ ଧକ୍କା ଦେଇ ବସଟି ପୋଲ ତଳକୁ ଖସି ପଡିଥିଲା।

Leave A Reply