ମହାନଦୀ ଜଳ ବିବାଦ: ସେପ୍ଟେମ୍ବର ୨୮ରେ ପରବର୍ତ୍ତୀ ଶୁଣାଣି

ଭୁବନେଶ୍ବର : ଜଳ ଟ୍ରାଇବୁନାଲରେ ଶନିବାର ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ଚାଲିଥିବା ମହାନଦୀ ଜଳ ବିବାଦର ଶୁଣାଣି ହୋଇଛି ।  ବର୍ଷା ଯୋଗୁଁ ଉଭୟ ପକ୍ଷ କ୍ଷେତ୍ର ପରିଦର୍ଶନ କରିପାରିନଥିବା ଦର୍ଶାଇଥିଲେ।  ଫଳରେ ଟ୍ରାଇବୁନାଲ ଶୁଣାଣିକୁ ସେପ୍ଟେମ୍ବର ୨୮ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି । ବର୍ଷା ଋତୁକୁ ଛାଡ଼ି ଅନ୍ୟ ଋତିରେ ଜଳ ଛାଡ଼ିବା ନେଇ ଓଡ଼ିଶା ପକ୍ଷରୁ ଆବେଦନ କରାଯାଇଥିଲା । ଓଡିଶା ଆବେଦନକୁ ବିରୋଧ କରି ଛତିଶଗଡ ଅନ୍ତରୀଣ ଆବେଦନ କରିଥିଲା ।

ତେବେ ଓଡ଼ିଶା ପକ୍ଷରୁ ହୋଇଥିବା ଆବେଦନର ଶୁଣାଣି ଶେଷ ହୋଇଛି ବୋଲି ଆଡ୍‌ଭୋକେଟ୍‌ ଜେନେରାଲ୍‌ ଅଶୋକ ପରିଜା ସୂଚନା ଦେଇଛନ୍ତି । ଜଷ୍ଟିସ୍ ଏଏମ ଖାନୱାଲିକରଙ୍କ ପୀଠ ମାମଲାର ଶୁଣାଣି କରି ଛତିଶଗଡ଼ କରିଥିବା ଆବେଦନ ଉପରେ ଅପରପକ୍ଷ ଯଥା (ଓଡ଼ିଶା, ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡ)କୁ ପକ୍ଷ ରଖିବାକୁ ନିର୍ଦେଶ ଦେଇଛନ୍ତି । ବର୍ଷା ଯୋଗୁଁ ଉଭୟ ପକ୍ଷ କ୍ଷେତ୍ର ପରିଦର୍ଶନ କରିପାରିନଥିବା ଦର୍ଶାଇବାରୁ ଶୁଣାଣିକୁ ସେପ୍ଟେମ୍ବର ୨୮ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି ।

Comments are closed.