ମହାନଦୀ ପୋଲ ବସ୍‍ ଦୁର୍ଘଟଣା ; ମନ୍ତ୍ରୀ, ଜିଲାପାଳ, ପୁଲିସ୍‍ କମିଶନରଙ୍କ ଗସ୍ତ

0

କଟକ : କଟକ ମହାନଦୀ ପୋଲ ବସ୍‍ ଦୁର୍ଘଟଣା ଘଟଣାରେ ମୃତ୍ୟୁ ସଂଖ୍ୟା ୭ଜଣ ଥିବା ଅନୁମାନ କରାଯାଉଛି। ତାଳଚେରରୁ କଟକ ଅଭିମୁଖେ ଆସୁଥିବା ଜଗନ୍ନାଥ ନାମକ ଏକ ବସ ଦୁର୍ଘଟଣା ଗସ୍ତ ହୋଇଛି। ଏହି ଘଟଣା ସମଗ୍ର କଟକ ସହରକୁ ସ୍ତବ୍ଧ କରିଦେଇଛି। ଯାତ୍ରିଙ୍କୁ ଉଦ୍ଧାର କରିବା ପାଇଁ ଓଡରାଫ ଦଳ କାର୍ଯ୍ୟ କରୁଛନ୍ତି। ବର୍ତ୍ତମାନ ଘଟଣାସ୍ଥଳରେ କଟକ ଜିଲାପାଳ ଏବଂ କମିଶନର ପରିଦର୍ଶନ କରିଛନ୍ତି। ସେହିପରି ସ୍ୱାସ୍ଥ୍ୟମନ୍ତ୍ରୀ ବର୍ତ୍ତମାନ ଦିଲ୍ଲୀରେ ଥିବାରୁ କ୍ରୀଡାମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରାଙ୍କୁ ଘଟଣାସ୍ଥଳ ପରିଦର୍ଶନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply