ମହାନଦୀ ଜଳ ବିବାଦ ଟ୍ରାଇବୁନାଲର ପ୍ରଥମ ଶୁଣାଣି ଶେଷ

0

ନୂଆଦିଲ୍ଲୀ: ଓଡିଶା ଓ ଛତିଶଗଡ ମଧ୍ୟରେ ମହାନଦୀ ଜଳ ବିବାଦର ସମାଧାନ ପାଇଁ ଗଠିତ ଟ୍ରାଇବୁନାଲର ପ୍ରଥମ ଶୁଣାଣି ଶନିବାର ଶେଷ ହୋଇଛି । ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଏ.ଏମ ଖାନଓ୍ଵିଲକର, ଦିଲ୍ଲୀ ହାଇକୋର୍ଟର ପୂର୍ବତନ ବିଚାରପତି ଇନ୍ଦ୍ରମିତ କୌର, ପାଟଣା ହାଇକୋର୍ଟର ବିଚାରପତି ରବି ରଞ୍ଜନଙ୍କୁ ନେଇ ଗଠିତ ୩ ଜଣିଆ ଖଣ୍ଡପୀଠରେ ଏହି ଶୁଣାଣି କରିଛନ୍ତି । ଓଡ଼ିଶା ସରକାରଙ୍କ ଦ୍ବାରା ହୋଇଥିବା ମଧ୍ୟବର୍ତ୍ତୀକାଳୀନ ଆବେଦନକୁ ନେଇ ଆଜି ଶୁଣାଣି ହୋଇଥିଲା । ସୁପ୍ରିମକୋର୍ଟ ଛତିଶଗଡ ଓ ମହାରାଷ୍ଟ୍ରକୁ ୬ ସପ୍ତାହ ମହଲତ ଦେଇଛନ୍ତି । ଆସନ୍ତା ଡିସେମ୍ବର ୧୫ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ସୂଚନା ମିଳିଛି । ସୂଚନାଯୋଗ୍ୟ, ମହାନଦୀ ଜଳ ବିବାଦ ସମାଧାନ ପାଇଁ କେନ୍ଦ୍ର ସରକାର ଚଳିତ ବର୍ଷ ମାର୍ଚ୍ଚ ୧୨ରେ ତିନି ଜଣିଆ ଟ୍ରାଇବୁନାଲ ଗଠନ କରିଥିଲେ । ଏହି ମାମଲାର ପ୍ରଥମ ଶୁଣାଣି ପୂର୍ବରୁ ଗତ ସୋମବାର ରାଜ୍ୟ ସରକାରଙ୍କ ପକ୍ଷରୁ ଟ୍ରାଇବ୍ୟୁନାଲରେ ଦସ୍ତାବିଜ ଦାଖଲ କରାଯାଇଥିଲା।

Leave A Reply