ସୋରଡାରେ ମହମ୍ମଦ ଜୟନ୍ତୀ ପାଳିତ

0

ସୋରଡା : ଗଞ୍ଜାମ ଜିଲା ସୋରଡା ସହରରେ ରହୁଥିବା ମୁସଲିମ୍ ସମ୍ପ୍ରଦାୟ ଦ୍ୱାରା ମହମ୍ମଦ ଜୟନ୍ତୀ ଧୁମଧାମରେ ପାଳିତ ହୋଇଛି। ମୁସଲମାନ ଭାଇମାନେ ପ୍ରଥମେ ସୋରଡା ସହର ପରିକ୍ରମା କରିଥିଲେ। ପରେ ମସଜିଦରେ ପହଞ୍ଚି ସମୂହ ନମାଜ ପାଠ କରିଥିଲେ। ପରେ ଏହି ଅବସରେ ସ୍ୱତନ୍ତ୍ର କାର୍ୟ୍ୟକ୍ରମମାନ ଅନୁଷ୍ଠିତ ହୋଇଥିଲା। ସବୁ ବୟସର ମୁସଲମାନ ଭାଈମାନେ ଉତ୍ସବରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା। ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ଵାଇଁ ମଧ୍ୟ କାର୍ୟ୍ୟକ୍ରମରେ ସାମିଲ ହୋଇଥିଲେ। ଶୋଭାଯାତ୍ରା ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ଆଇଆଇସି ପ୍ରଭାତ ସାହୁଙ୍କ ତତ୍ୱାବଧାନରେ ପୁଲିସ୍ ମୁତୟନ କରାଯାଇଥିଲା।

Leave A Reply