MEllora 950×100

ଇଟାଭାଟି ମାଲିକଙ୍କୁ ବୀଭତ୍ସ ହତ୍ୟା

ମହାକାଳପଡ଼ା: କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ଖରିନାସୀ ଗ୍ରାମରେ ଥିବା ଏକ ଇଟା ଭାଟିରୁ ଜଣେ ଇଟାଭାଟି ମାଲିକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର ହୋଇଛି । ମୃତ ମାଲିକ ହେଲେ ରାମନଗର ପଞ୍ଚାୟତ ପିତାପାଟ ଗ୍ରାମର ଦିନେସ ବୈଦ୍ୟ । ଗତକାଲି ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି ।  ମୃତ ଦିନେସଙ୍କ ମୁଣ୍ଡ ଫାଟି ପ୍ରବଳ ରକ୍ତଶ୍ରାବ ହୋଇଥିବା ବେଳେ କ୍ଷତାକ୍ତ ଅବସ୍ଥାରେ ପଡିରହିଛି ।

ଦିନେସଙ୍କ ମୃତ୍ୟୁକୁ ନେଇ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । ହତ୍ୟାକାଣ୍ଡର ସଠିକ କାରଣ ଜଣାପଡ଼ିନାହିଁ  । ଭଦ୍ରକ ଜିଲ୍ଲାର ଜଣେ ଶ୍ରମିକ ଫେରାର ହୋଇଯାଇଥିବା ଯୋଗୁଁ ତାଙ୍କୁ ପରିବାର ଲୋକେ ସନ୍ଦେହ କରୁଛନ୍ତି ।  ଘଟଣାସ୍ଥଳରେ କେନ୍ଦ୍ରାପଡା ଏସ୍.ଡି.ପିଓ ଜମ୍ବୁ ସାମୁଦ୍ରିକ ଥାନା ପୁଲିସ ପହଞ୍ଚି ଡଗସ୍କ୍ବାର୍ଡ ସାହାଯ୍ୟରେ ତଦନ୍ତ ଆରମ୍ଭ କରିଛନ୍ତି ।

Comments are closed.