ମହାକାଳବସ୍ତରୁ ୧୧୪ ସ୍ୱାବ ସଂଗ୍ରହ

ଗୁରୁଡିଝାଟିଆ : ଆଠଗଡ ବ୍ଲକ ଅନ୍ତର୍ଗତ ମହାକାଳବସ୍ତ ସ୍କୁଲରେ ୧୧୪ଜଣ ଙ୍କ ସ୍ୱାବ ସଂଗ୍ରହ କରାଯାଇଛି। ମହାଳପଡା, ଅମୃତମଣୋହିପାଟଣା, ଆଠଗଡ ଏନଏସି, ଲିଙ୍ଗାପଦା, ପାଇକରାପୁର, ଗୁରୁଡିଝାଟିଆ, ରାଧାକିଶୋରପୁର ଆଦି ଗାଁ ସହିତ ଅନ୍ୟ କେତେଗୁଡିଏ ପଞ୍ଚାୟତରୁ ଆସିଥିବା ଲୋକମାନଙ୍କ ଆଣ୍ଟିଜେନ ପରୀକ୍ଷା କରାଯାଇଛି। ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକ୍ଷକ ଡାକ୍ତର ଦିଲ୍ଲିପ ଦାସଙ୍କ ଉପସ୍ଥିତିରେ ଡାକ୍ତର ଦୀପକ ରାଜ, ଦେବୀ ପ୍ରସନ୍ନ ଗିରି, ବରିଷ୍ଠ ଫାର୍ମାସିଷ୍ଟ ଦେବୀ ପ୍ରସନ୍ନ ନନ୍ଦ, ପୁଷ୍ପମିତ୍ରା ଦାସ, କବିତାରାଣୀ ଦାସଙ୍କ ସହିତ ବ୍ରହ୍ମପୁର କୋଭିଡ ପରୀକ୍ଷଣ ଟିମର ସଦସ୍ୟବୃନ୍ଦ ଉପସ୍ଥିତ ରହି ସ୍ୱାବ୍ ସଂଗ୍ରହ କରିଥିଲେ।

Comments are closed.