ଅଭିନବ ଉପାୟରେ ମହାଦେବଙ୍କୁ ଜଳଲାଗି କଲେ କାଉଡିଆ

0

ବ୍ରହ୍ମପୁର: ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଖଲିଙ୍ଗି ପଞ୍ଚାୟତରେ ଡ଼ାକବମ ନାମରେ ଏକ କାଉଡ଼ିଆ ଦଳ ମହାଦେବଙ୍କ ଠାରେ ଜଳଲାଗି କରୁଥିବାର ଦେଖିବାକୁ ମିଳିଥିଲା । ଆଡ଼ପଡ଼ା, ଏରେଡ୍ରା, କଲରାପଦର, ବାସୁଦେବପୁର ଏବଂ ଖଲିଙ୍ଗିର ଯୁବଗୋଷ୍ଠୀ ପକ୍ଷରୁ ଏହି ଡ଼ାକବମ ଗଠନ କରାଯାଇଥିଲା। ଶ୍ରାବଣ ମାସର ଶେଷ ସୋମବାର ଅବସରରେ ମାର୍କତେଶ୍ୱର ଠାରୁ କଳସରେ ପାଣି ଉଠାଇ  ଉଜଳେଶ୍ୱର ମହାଦେବଙ୍କ ଠାରେ ଜଳଲାଗି କରାଯାଇଥିଲା । ଜଣେ କାଉଡ଼ିଆ ପାଣି ଭାର ନେଇ କିଛି ଦୂରରେ ଥିବା ଅନ୍ୟ ଜଣେ କାଉଡ଼ିଆକୁ ଦେବ ସେ ତାର ଅନ୍ୟ ଏକ ସାଥୀକୁ ଦେଇ ଏପରି କ୍ରମରେ ଶେଷରେ ଠାକୁରଙ୍କ ଠାରେ ପାଣି ଲାଗି କରାଯାଇଥାଏ । ଏପରି ଅଭିନବ ଉପାୟରେ ଜଳଲାଗି କାର୍ଯ୍ୟକ୍ରମ ପ୍ରଥମ ଥର ପାଇଁ ଖଲିଙ୍ଗି ଅଂଚଳରେ ହୋଇଥିବା ଜଣାପଡ଼ିଛି ।

Leave A Reply