ନନ୍ଦନକାନନ ମହାବଳ ବାଘର ମୃତ୍ୟୁ

0

ଭୁବନେଶ୍ୱର : ନନ୍ଦନକାନନରେ ମହାବଳ ବାଘ ମନୀଷର ମୃତ୍ୟୁ ହୋଇଛି। ମହାବଳ ବାଘ ମନୀଷକୁ ୮ବର୍ଷ ହୋଇଥିଲା। ଚିଡିଆଖାନା ପରିସରରେ ଥିବା ପଶୁଚିକିତ୍ସାଳୟ ଦୀର୍ଘ ୬ ମାସ ଧରି ଚିକିତ୍ସିତ ହେଉଥିଲା। ମିଳିଥିବା ସୂଚନା ଅନୁସାରେ ମହାବଳ ବାଘ ମନୀଷ ବ୍ଲଡ ପ୍ରୋଟୋଜନ ରୋଗରେ ପୀତିତ ଥିଲା। ରୋଗର ଶେଷ ଅବସ୍ଥାରେ ମନୀଷର ରକ୍ତ ପରିବର୍ତ୍ତନ ପାଇଁ ଯୋଜନା ଥିବା ସମୟରେ  ମୃତ୍ୟୁ ହୋଇଥିଲା।
ବର୍ତ୍ତମାନ ନନ୍ଦନକାନନରେ ୧୦ଟି ବାଘ ଓ ୧୪ଟି ବାଘୁଣୀ ଅଛନ୍ତି। ସୂଚନାଯୋଗ୍ୟ ନନ୍ଦନକାନନର ବାଘଗୁଡ଼ିକ ପର୍ୟ୍ୟଟକଙ୍କୁ ଆକର୍ଷିତ କରିଥାନ୍ତି। ନିକଟରେ ନନ୍ଦନକାନନରେ ଏକ ସିଂହର ମୃତ୍ୟୁ ହୋଇଥିଲା।

Leave A Reply