ଆଜି ମହାଶିବରାତ୍ରି: ଚଳଚଞ୍ଚଳ ସାରା ଓଡିଶାର ଶୈବପୀଠ

ସମାଜ ପୋର୍ଟାଲ ଡେସ୍କ: ଆଜି ଦେବଦେବ ମହାଦେବଙ୍କ ମହାଶିବରାତ୍ରି। ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ରାଜ୍ୟର ସମସ୍ତ ଶୈବପୀଠ। ପୁରୀର ଲୋକନାଥଙ୍କୁ ଆରମ୍ଭ କରି କଟକର ଧବଳେଶ୍ବର, ଭଦ୍ରକର ବାବା ଆଖଣଳମଣୀ ଏବଂ ଏକାମ୍ର କ୍ଷେତ୍ରର ବାବା ଲିଙ୍ଗରାଜଙ୍କ ପୀଠରେ ପ୍ରବଳ ଭକ୍ତ ସମାଗମ ରହିଛି। ଭୋର ୪ଟାରୁ ବିଭିନ୍ନ ଶୈବପୀଠରେ ଭକ୍ତ ମାନେ ଦେବଦେବ ମହାଦେବଙ୍କ ଦର୍ଶନ ପାଇଁ ଲମ୍ବା ଲାଇନରେ ଛିଡାହୋଇଛନ୍ତି। ମହାଶିବରାତ୍ରି ରାଜ୍ୟର ବିଭିନ୍ନ ଶୈବପୀଠ ମାନଙ୍କରେ ମଧ୍ୟ ପୁଲିସ ପ୍ରାଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥାର ଗ୍ରହଣ କରାଯାଇଛି। କିପରି ଭକ୍ତମାନେ ପ୍ରଭୁଙ୍କ ଶୃଙ୍ଖଳିତ ଦର୍ଶନ କରିବେ ସେଥିପ୍ରତି ଧ୍ୟାନ ଦିଆଯାଇଛି।

ମହାଶିବରାତ୍ରି (ଜାଗର) ପାଇଁ ଭୁବନେଶ୍ବରର ପ୍ରସିଦ୍ଧ ଲିଙ୍ଗରାଜ ମନ୍ଦିର ପରିସରରେ ବଡିଭୋରୁ ପ୍ରବଳ ଭକ୍ତ ସମାଗମ ହୋଇଛି। ମନ୍ଦିର ପ୍ରଶାସନ ପକ୍ଷରୁ ଚଳିତ ବର୍ଷ ମନ୍ଦିରକୁ ଫୁଲରେ ସୁନ୍ଦର ଭାବେ ସୁଜାଯାଇଥିବା ବେଳେ ପୁଲିସ ପ୍ରଶାସନ ପକ୍ଷରୁ ଭକ୍ତଙ୍କୁ ଶୃଙ୍ଖଳିତ କରାଇବା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ବ୍ୟାରିକେଡ ବ୍ୟବସ୍ଥା ସହ ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ଭକ୍ତଙ୍କ ଲାଗି ଫାଇବର ସେଡ୍ ଲଗାଯାଇଛି। ମନ୍ଦିର ପରିସରରେ ୩୦ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ହେବାସହ ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିବା ପାଇଁ ମନ୍ଦିର ଭିତରେ ଓ ବାହାରେ ସିସିଟିଭି କ୍ୟାମେରା ଲଗାଯାଇଛି।

Comments are closed.