ପିପିଲିରେ ଜାଗର ମହୋତ୍ସବ ପାଳିତ

ପିପିଲି: ପିପିଲି ଓ ଏହାର ଆଖପାଖ ଅଞ୍ଚଳରେ ପବିତ୍ର ଜାଗର ଉତ୍ସବ ସମାରୋହରେ ପାଳିତ ହୋଇଯାଇଛି। ବିଭିନ୍ନ ଶୈବପୀଠମାନଙ୍କରେ ଏଥିପାଇଁ ଶୁକ୍ରବାର ପ୍ରତ୍ୟୁଷରୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ ପରିଲକ୍ଷିତ ହୋଇଥିବା ବେଳେ ଅଧିକାଂଶ ସ୍ଥାନରେ ଭଜନ ସମାରୋହ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସିଦ୍ଧେଶ୍ବର ଦେବ ସୋସିଆଲ ଅର୍ଗାନାଇଜେସନ ଆନୁକୂଲ୍ୟରେ ପିପିଲି ହାଟଛକ ସ୍ଥିତ ପ୍ରଭୁ ଶ୍ରୀସିଦ୍ଧେଶ୍ବର ଦେବଙ୍କ ପୀଠରେ ଆୟୋଜିତ ୨୬ତମ ଜାଗର ମହୋତ୍ସବ ସମାରୋହରେ ଉଦ୍‍ଘାଟିତ ହୋଇଯାଇଛି। ଉକ୍ତ ପୀଠରେ ପୂର୍ବାହ୍ନରେ ବିଶ୍ୱଶାନ୍ତି ଯଜ୍ଞ, ନାମ ସଂକୀର୍ତ୍ତନ କରାଯାଇଥିଲା। ସଂନ୍ଧ୍ୟାରେ ଅନୁଷ୍ଠାନର ସଭାପତି ସମାଜସେବୀ ବିଷ୍ଣୁପ୍ରସାଦ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅତିରିକ୍ତ ତହସିଲଦାର ନୀଳକଣ୍ଠ ବେହେରା, ଶିକ୍ଷାବିତ୍‍ ବୃନ୍ଦାବନ ଜେନା, ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ନାୟକ, ଆଡ୍‍ଭୋକେଟ୍‍ ସୁରେଶ କୁମାର ରଥ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଜାଗର ଉତ୍ସବର ମହାତ୍ମ୍ୟ ସଂପର୍କରେ ଆଲୋକପାତ କରିଥିଲେ। ପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଅନୁଷ୍ଠାନର ଗଣେଶ ମହାପାତ୍ର, ନରେନ୍ଦ୍ର ଦିକ୍ଷିତ, ତସଲିମ ମହମ୍ମଦ, ଅଭୟ ବେହେରା, ପ୍ରଫୁଲ୍ଲ କୁମାର ସୁବୁଦ୍ଧି, ନବୀନ ବେହେରା ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ଗୋବର୍ଦ୍ଧନପୁର ଗ୍ରାମର ପ୍ରସିଦ୍ଧ ଶୈବପୀଠ ପ୍ରଭୁ ଶ୍ରୀଗତିଶ୍ୱରଦେବଙ୍କ ପୀଠରେ ୨୦ହଜାରରୁ ଉଦ୍ଧ ର୍ଭକ୍ତଙ୍କ ସମାଗମ ହେବା ସହ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିବା ବେଳେ ହୁଙ୍କେଇପୁର ସ୍ଥିତ ପ୍ରଭୁ ଶ୍ରୀମୁକ୍ତେଶ୍ୱର ଦେବଙ୍କ ପୀଠରେ ମଧ୍ୟ ଭକ୍ତମାନଙ୍କର ବେଶ୍‍ ଭିଡ ପରିଲକ୍ଷିତ ହୋଇଥିଲା। ବୁଢାପଡାର ପ୍ରଭୁ ଶ୍ରୀସୋମନାଥଦେବ, ବାଗେଶ୍ୱରପୁର ଗ୍ରାମର ପ୍ରସିଦ୍ଧ ଶୈବପୀଠ ପ୍ରଭୁ ଶ୍ରୀରାମେଶ୍ୱରଦେବ, ଖଣ୍ଡିଆଗିରିସ୍ଥିତ ପ୍ରଭୁ ଶ୍ରୀହୁଙ୍କେଶ୍ୱରଦେବ, ପମସରା ସ୍ଥିତ ପ୍ରସିଦ୍ଧ ଶୈବପୀଠ ପ୍ରଭୁ ଶ୍ରୀଅର୍ଜୁନେଶ୍ୱରଦେବ, ମଢିଆଳିସାହି ସ୍ଥିତ ପ୍ରଭୁ ଶ୍ରୀନୀଳକଣ୍ଠେଶ୍ୱର ଦେବ, ଶ୍ରୀବାଲୁଙ୍କେଶ୍ୱର ଦେବ, ଉଜାଣୀପଡା ସ୍ଥିତ ଶ୍ରୀଗୋକୁଳେଶ୍ୱରଦେବ, ଦାଣ୍ଡମୁକୁନ୍ଦପୁରସ୍ଥିତ ପ୍ରଭୁ ନୀଳକଣ୍ଠେଶ୍ୱର,ମଙ୍ଗଳପୁରସ୍ଥିତ ମଙ୍ଗୁଳେଶ୍ୱର ଦେବ, ପ୍ରଭୁ ଶ୍ରୀସୋମନାଥଦେବ, ଶ୍ରୀନୀଳକଣ୍ଠେଶ୍ୱର ଦେବ, ପ୍ରଭୁ ଶ୍ରୀଲୋକନାଥ, ତେଇସିପୁର ସ୍ଥିତ ପ୍ରଭୁ ଶ୍ରୀସୋମନାଥଦେବ, ନୂଆଗୋଡିର ପ୍ରଭୁ ଶ୍ରୀକୁଣ୍ଡେଶ୍ୱରଦେବ, ମାଧିପୋଟଳ ଗ୍ରାମର ପ୍ରଭୁ ଶ୍ରୀଲୋକନାଥ, ସାତଶଙ୍ଖସ୍ଥିତ ପ୍ରଭୁ ଶ୍ରୀବୁଦେ୍ଧଶ୍ୱରଦେବ, ନୂଆଶାସନ ସ୍ଥିତ ପ୍ରଭୁ ଶ୍ରୀନୀଳକଣ୍ଠେଶ୍ୱର, ପ୍ରଭୁ ଶ୍ରୀବାଲୁଙ୍କେଶ୍ୱର, ସଁପୁର ସ୍ଥିତ ପ୍ରଭୁ ଶ୍ରୀଅଷ୍ଟଶମ୍ଭୁ, ଲକ୍ଷ୍ମୀନାରାୟଣପୁର ସ୍ଥିତ ପ୍ରଭୁ ଶ୍ରୀସ୍ୱପ୍ନେଶ୍ୱରଦେବ, ସିଉଳା ଗ୍ରାମର ପ୍ରଭୁ ଶ୍ରୀବାଲୁଙ୍କେଶ୍ୱରଦେବ, ଲୋହପୁରର ପ୍ରଭୁ ଶ୍ରୀବିଶ୍ୱନାଥଦେବ, ଦରଡା ଗ୍ରାମର ପ୍ରଭୂ ଶ୍ରୀସୋମନାଥଦେବ, ମିର୍ଜାପୁର ସ୍ଥିତ ପ୍ରଭୁ ଶ୍ରୀଅମୃତେଶ୍ୱରଦେବଙ୍କ ସମେତ ବିଭିନ୍ନ ଶୈବପୀଠ ମାନଙ୍କରେ ସକାଳୁ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ପ୍ରବଳ ସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ ପରିଲକ୍ଷିତ ହୋଇଥିବା ବେଳେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।

Comments are closed.