ନୂଆବର୍ଷରୁ ଆନନ୍ଦ ବଜାରରେ ମହାପ୍ରସାଦ ଦର ତାଲିକା

0

ପୁରୀ : ନୂଆବର୍ଷରୁ ପୁରୀ ଶ୍ରୀମନ୍ଦିର ଆନନ୍ଦ ବଜାରରେ ମହାପ୍ରସାଦର ଦର ତାଲିକା ଲଗାଯିବ। ଭକ୍ତମାନେ ଏହି ତାଲିକା ଦେଖି ମହାପ୍ରସାଦ କିଣି ପାରିବେ। ତାଲିକାରେ ମହାପ୍ରସାଦର ଦର ସହ କୁଡୁଆର ଆକାର ମଧ୍ୟ ଉଲ୍ଲେଖ କରାଯିବ। ଏହାସହ ନୂଆବର୍ଷରେ ଶ୍ରୀମନ୍ଦିରରେ ଅନଲାଇନ ଟିକେଟ ବ୍ୟବସ୍ଥା ମଧ୍ୟ ଆରମ୍ଭ କରାଯିବ ବୋଲି ଜଣାପଡିଛି।  ଆନନ୍ଦ ବଜାରକୁ ଶୃଙ୍ଖଳିତ କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦେଶ ପରେ ଶ୍ରୀମନ୍ଦିର ପ୍ରଶାସନ ଏପରି ନିଷ୍ପତ୍ତି ନେଇଛନ୍ତି। ବୁଧବାର ଦିନ ଶ୍ରୀମନ୍ଦିର ପ୍ରଶାସନଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ତେବେ ନିର୍ଦ୍ଦିଷ୍ଟ କେଉଁ ତାରିଖ ଠାରୁ ଅନଲାଇନ ଟିକେଟ ନିୟମ ଲାଗୁ କରାଯିବ ତାହା ନେଇ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ।

ଭକ୍ତମାନେ ଅନଲାଇନରେ ଟିକେଟ କାଟି ଭିତରକାଠ ନିକଟରୁ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ। କିନ୍ତୁ ସାହାଣ ମେଲା ସମୟରେ ଭକ୍ତମାନେ ବିନା ଟିକେଟରେ ପାରମାଣିକ ଦର୍ଶନ କରିପାରିବେ ବୋଲି ସୂଚନା ମିଳିଛି। ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ବିଭିନ୍ନ ସେବାୟତ ନିଯୋଗମାନେ ସାମିଲ ହୋଇଥିଲେ।

 

Leave A Reply