ମହାରାଷ୍ଟ୍ରରେ କ୍ଷମତା ବଣ୍ଟନ : ୩୦ରେ ଅମିତ ଶାହା-ଉଦ୍ଧବ ଠାକରେଙ୍କ ବୈଠକ

ମୁମ୍ବଇ : ମହାରାଷ୍ଟ୍ରରେ ସରକାର ଗଠନ ନେଇ ବିଜେପି ଓ ଶିବସେନା ନିଜ ନିଜ ଜିଦରେ ଅଟଳ ରହିଛନ୍ତି । ତେଣୁ ସରକାର ଗଠନ ନେଇ ଅଚଳାବସ୍ଥା ଦୂର ପାଇଁ ପ୍ରୟାସ ଆରମ୍ଭ ହୋଇଛି ।  ଆସନ୍ତା ୩୦ ତାରିଖ ଦିନ ମୁମ୍ବଇରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ କ୍ଷମତା ବଣ୍ଟନ ବିଷୟ ସ୍ପଷ୍ଟ ହୋଇଯିବ। ବିଜେପି ସଭାପତି ଅମିତ ଶାହା ଓ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ମଧ୍ୟରେ ଏହି ବୈଠକ ଅନୁଷ୍ଠିତ ହେବ।

ଅନ୍ୟପକ୍ଷରେ କ୍ଷମତା ବଣ୍ଟନକୁ ନେଇ ବିଜେପି ଓ ଶିବସେନା ମଧ୍ୟରେ ଆଲୋଚନା ଜାରି ରହିଥିବା ବେଳେ ବିଜେପିର ବରିଷ୍ଠ ନେତା ତଥା ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ୍‍ ଏବଂ ଶିବସେନାର ବରିଷ୍ଠ ନେତା ତଥା ପରିବହନ ମନ୍ତ୍ରୀ ଦିବାକର ରାଓତେ ଆଜି ପୃଥକ ପୃଥକ ଭାବେ ରାଜ୍ୟପାଳ ଭଗତସିଂହ କୋସ୍‍ୱାରୀଙ୍କୁ ସାକ୍ଷାତ କରିଛନ୍ତି । ତେବେ ରାଜ୍ୟପାଳଙ୍କ ସହ କୌଣସି ପ୍ରକାର
ରାଜନୈତିକ କଥାବାର୍ତ୍ତା ହୋଇନଥିବା ଉଭୟ ନେତା କହିଛନ୍ତି।

Comments are closed.