ଅନଲାଇନରେ ମହାପ୍ରସାଦ ବିକ୍ରିକୁ ପ୍ରଶାସନର ବାରଣ

0

ପୁରୀ: ଅନଲାଇନ୍ ମାଧ୍ୟମରେ ମହାପ୍ରସାଦ ବରାଦ ନେଇ ବିକ୍ରି କରିବା ଏବଂ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ନିମନ୍ତ୍ରଣ ଜଣାଇବା ଭଳି ବିଷୟକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଖଣ୍ଡନ କରାଯାଇଛି । ଶ୍ରୀମନ୍ଦିର ପ୍ରଶାସନ ତରଫରୁ କାହାରିକୁ ଏଭଳି କାର୍ଯ୍ୟ ପାଇଁ ଅନୁମତି ଦିଆଯାଇନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସନ ଜନସାଧାରଣଙ୍କୁ ଅବଗତ କରାଇଛନ୍ତି । ଏଭଳି ବେଆଇନ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷ ଓ ସଂସ୍ଥା ଚିହ୍ନଟ ହେଲେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚେତାବନୀ ଦିଆଯାଇଛି । କିଛି ସଂସ୍ଥା ଅନଲାଇନ ମାଧ୍ୟମରେ ମହାପ୍ରସାଦ ବିକ୍ରି କରୁଥିବା ସୋସିଆଲ ମିଡିଆରୁ ଜଣାପଡିବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପୁଲିସକୁ ଜଣାଇବା ସହ ଯଦି କୌଣସି ବ୍ୟକ୍ତି ଏଭଳି କାର୍ଯ୍ୟ କରୁଥିବା ଧରାପଡନ୍ତି ତେବେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ କହିଛନ୍ତି ।

Leave A Reply