ନଦୀ ସୁରକ୍ଷା ସମସ୍ତଙ୍କ ଦାୟିତ୍ୱ

0

କଟକ : ମହାନଦୀର ସୁରକ୍ଷା ନିମନ୍ତେ ରବିବାର ସନ୍ଧ୍ୟାରେ ଗଡଗଡିଆଘାଟଠାରେ ମହାଆଳତି ଅନୁଷ୍ଠିତ ହୋଇଯାଇଛି। ମହାନଦୀକୁ ପ୍ରଦୂଷଣ ମୁକ୍ତ କରିବା ସହ ଗଙ୍ଗାମାତାଙ୍କୁ ପୂଜା କରି ଶାନ୍ତି ପ୍ରତିଷ୍ଠା ଉଦ୍ଦେଶ୍ୟରେ ଉଦାସ ଆଶ୍ରମ ପକ୍ଷରୁ ଏହି ମହାଅଳତି କରାଯାଇଥିଲା। ରାଜ୍ୟରେ ମହାନଦୀର ଆବଶ୍ୟକତା ଅଧିକ ରହିଛି। ଖରାଦିନେ ନଦୀରେ ପାଣି ରହୁନାହଁ। ଏହାର ଶଯ୍ୟାକୁ ଖନନ କରି ଗଭୀର କରାଯିବା ପାଇଁ ଆଶ୍ରମ ପକ୍ଷରୁ ଦାବି କରାଯାଇଛି। ନଦୀର ସୁରକ୍ଷା ସମସ୍ତଙ୍କ ଦାୟିତ୍ୱ ରହିଥିବା ବେଳେ ନଦୀମାତାକୁ ପୂଜାକଲେ ପୁଣ୍ୟ ମିଳିଥାଏ ବୋଲି ଆଶ୍ରମର ଅଧ୍ୟକ୍ଷ ତଥା ବାବା ରବୀନ୍ଦ୍ର ନାଥ ଦାସ କହିଛନ୍ତି। ଗଡଗଡିଆଘାଟଠାରେ ଅପରାହ୍ଣରେ ସାଧୁ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଗୌରୀ ଶ୍ୟାମାନନ୍ଦ ମହାରାଜ ଧାର୍ମିକ ତତ୍ତ୍ୱ ଉପରେ ଆଲୋଚନା କରିଥିଲେ। ସନ୍ଧ୍ୟାରେ ଆଳତି କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଆଶ୍ରମର ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ ଅରୁଣ ପଣ୍ଡା, ମହାନଗର ଶାନ୍ତି କମିଟି ସମ୍ପାଦକ ଭିକାରୀ ଦାସ, ଆଶ୍ରମର ସମ୍ପାଦକ ସତ୍ୟରଞ୍ଜନ ଦାସଙ୍କ ସମେତ ବହୁ ସାଧୁସନ୍ଥ ଓ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ।

Leave A Reply