ମାଗସେସେ ସମ୍ମାନ ପାଇବେ ଦୁଇ ଭାରତୀୟ

0

ମାନିଲା: ଏସିଆର ନୋବେଲ୍‍ କୁହାଯାଉଥିବା ରମଣ ମାଗସେସେ ସମ୍ମାନ ପାଇବା ପାଇଁ ଦୁଇ ଭାରତୀୟ ମନୋନୀତ ହୋଇଛନ୍ତି। ସେମାନେ ହେଲେ ଭାରତ ଭାଟ୍‍ୱାନି ଓ ସୋନମ୍‍ ୱାଙ୍ଗଚୁକ୍‍।
ଫୁ୍‍ଟ୍‍ପାଥ୍‍ରେ ବୁଲୁଥିବା ସହସ୍ରାଧିକ ମାନସିକ ବିକୃତଙ୍କୁ ଉଦ୍ଧାର କରି ସେମାନଙ୍କ ପରିବାର ସହିତ ମିଳାଇବା ପରି ମହତ୍‍ କାର୍ଯ୍ୟ ପାଇଁ ଭାରତଙ୍କୁ ଏହି ସମ୍ମାନଜନକ ପୁରସ୍କାର ମିଳିବ। ଡ. ଭାରତ ତାଙ୍କ ପତ୍ନୀଙ୍କ ସହିତ ମିଶି ୧୯୮୮ରୁ ଶ୍ରଦ୍ଧା ରିହାବିଲିଟେସନ୍‍ ଫାଉଣ୍ଡେସନ୍‍ ଖୋଲି ଫୁଟ୍‍ପାଥରେ ବୁଲୁଥିବା ମାନସିକ ବିକୃତ ଲୋକଙ୍କୁ ଆଣି ଚିକିତ୍ସା କରୁଛନ୍ତି। ସେମାନଙ୍କୁ ସେମାନଙ୍କ ପରିବାର ବର୍ଗକୁ ହସ୍ତାନ୍ତର କରିବା ପର୍ଯ୍ୟନ୍ତ ଆଶ୍ରୟ, ଖାଦ୍ୟ ଓ ଚିକିତ୍ସା ସେବା ଯୋଗାଇ ଦେଇ ଆସୁଛନ୍ତି।
ସେହିପରି ପରିବେଶ, ସଂସ୍କୃତି, ଶିକ୍ଷା ଓ ଗୋଷ୍ଠୀଗତ ବିକାଶ ଦିଗରେ ଉଲ୍ଳେଖନୀୟ କାର୍ଯ୍ୟ ପାଇଁ ସୋନମ୍‍ଙ୍କୁ ପୁରସ୍କୃତ କରାଯିବ। ୧୯୮୮ରେ ଇଞ୍ଜିନିରିଂରେ ଡିଗ୍ରୀପ୍ରାପ୍ତ ପରେ ଷ୍ଟୁଡେଣ୍ଡସ୍‍ ଏଜୁକେସନ୍‍ ଆଣ୍ଡ କଲ୍‍ଚରାଲ୍‍ ମୁଭ୍‍ମେଣ୍ଟ ଅଫ୍‍ ଲଦାଖ୍‍ ନାମରେ ସୋନମ୍‍ ଏକ ସଂସ୍ଥା ଖୋଲିଛନ୍ତି। ସରକାରୀ ସ୍କୁଲ୍‍ରେ ପରୀକ୍ଷାରେ ଫେଲ୍‍ ହୋଇଥିବା ୯୫% ପିଲାଙ୍କୁ ସେ ମାଗଣାରେ ପାଠ ପଢ଼ାଇ ସଫଳ କରାଇପାରିଛନ୍ତି। ୧୯୯୪ ଶିକ୍ଷା କ୍ଷେତ୍ରରେ ସଂସ୍କାର ଓ ବିକାଶ ପାଇଁ ସେ ନିରନ୍ତର କାର୍ଯ୍ୟ କରି ଆସୁଛନ୍ତି। ‘ଅପରେସନ୍‍ ନ୍ୟୁ ହୋପ୍‍’ ନାମକ ଏକ ସଂସ୍ଥା ଖୋଲି ଏ ପର୍ଯ୍ୟନ୍ତ ସେ ୭୦୦ ଶିକ୍ଷକ, ୧୦୦୦ ଭିଇସିଙ୍କୁ ତାଲିମ ଦେଇ ଆସୁଛନ୍ତି। ତାଙ୍କର ଉଦ୍ୟମ ଫଳରେ ଅଞ୍ଚଳରେ ମାଟ୍ରିକ ପାସ ହାର ୧୯୯୬ରେ ୫% ରୁ ୨୦୧୫ରେ ୭୫%କୁ ବୃଦ୍ଧି ପାଇଛି।

Leave A Reply