ରାଶି ଅନୁଯାୟୀ ମାଘ ମାସରେ କରନ୍ତୁ ଏହି ଉପାୟ, ଦୂର ହେବ ଅନିଷ୍ଟ

ହିନ୍ଦୁ ଧର୍ମରେ ମାଘ ମାସର ବିଶେଷ ମହତ୍ତ୍ବ ରହିଛି। ଏହି ମାସରେ ପବିତ୍ର ନଦୀରେ ସ୍ନାନ କଲେ ପାପରୁ ମୁକ୍ତି ମିଳିଥାଏ ବୋଲି ବିଶ୍ବାସ ରହିଛି। ପୁରାଣ ଅନୁସାରେ ସଙ୍ଗମ ନଦୀରେ ବୁଡ(ସ୍ନାନ) ପକାଇବା ଦ୍ବାରା ପୁଣ୍ୟ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ବାସ ରହିଛି। ପ୍ରୟୋଗରାଜର ସଙ୍ଗମ ତଟରେ ବ୍ରହ୍ମା, ବିଷ୍ଣୁ, ମହଦେବ, ଇନ୍ଦ୍ର ଓ ଆଦିତ୍ୟ ଗମନ କରିଥାଆନ୍ତି। ମାଘ ମାସର ସ୍ନାନ କରିବା ନାରାୟଣଙ୍କ କୃପା ପାଇବାର ସହଜ ଉପାୟ ବୋଲି ପୁରାଣରେ ଉଲ୍ଲେଖ ରହିଛି।
ସ୍ନାନ ସହ ମାଘ ମାସରେ ଦାନ କରିବାର ବିଶେଷ ମହତ୍ତ୍ବ ରହିଛି। ରାଶି, ଗୁଡ ଓ ଶୀତବସ୍ତ୍ର ଦାନ କରିବା ଦ୍ବାରା କର୍ମକ୍ଷେତ୍ରରେ ସଫଳତା ମିଳେ। ଏହା ସହ ମକଦ୍ଦମାରେ ମଧ୍ୟ ଜୟ ହୋଇଥାଏ। ମାଘ ମାସରେ ସୂର୍ଯ୍ୟ ଉଦୟ ପୂର୍ବରୁ ନଦୀରେ ସ୍ନାନ କରିବା ଶ୍ରେଷ୍ଠ ବୋଲି ବିଷ୍ଣୁ ଧର୍ମସୂତ୍ର ଶାସ୍ତ୍ରରେ କୁହାଯାଇଛି। ତେବେ ଆସନ୍ତୁ ଜାଣିବା ରାଶି ଅନୁଯାୟୀ ମାଘ ମାସରେ କିଭଳି ସ୍ନାନ କରିବା ଦ୍ବାରା ସୌଭାଗ୍ୟ ପ୍ରାପ୍ତି ହୋଇଥାଏ ।

ମେଷ: ପାଣିରେ କଳା ରାଶି ପକାଇ ସ୍ନାନ କରନ୍ତୁ। ସମସ୍ତ ବାଧା ଦୂର ହେବ।
ବୃଷ: ପାଣିରେ ସନ୍ଦୁର ମିଶାଇ ସ୍ନାନ କରନ୍ତୁ। ଦାମ୍ପତ୍ୟ ଜୀବନରେ ସୁଖମୟ ହେବ।
ମିଥୁନ: କର୍ମକ୍ଷେତ୍ରରେ ଉନ୍ନତି ପାଇଁ ପାଣିରେ ହଳଦୀ ମିଶାଇ ସ୍ନାନ କରନ୍ତୁ।
କର୍କଟ: ପାଣିରେ କଳା ଲୁଣ ମିଶାଇ ସ୍ନାନ କରନ୍ତୁ। ଏହା ଆପଣଙ୍କୁ ଆକସ୍ମିକ ଦୁର୍ଘଟଣାରୁ ରକ୍ଷା କରିବ।
ସିଂହ: ପାଣିରେ ଅତର ମିଶାଇ ସ୍ନାନ କରନ୍ତୁ, ପରାକ୍ରମ ହେବେ।
କନ୍ୟା: ପାଣିରେ କ୍ଷୀର ମିଶାଇ ସ୍ନାନ କରନ୍ତୁ। ଆପଣଙ୍କୁ ଧନ ଲାଭ ହେବ।
ତୁଳା: ପାଣିରେ ମହୁ ମିଶାଇ ସ୍ନାନ କରିବା ଦ୍ବାରା ଶତ୍ରୁ ପରାସ୍ତ ହେବେ।
ବିଚ୍ଛା: ପାଣିରେ ଧଳା ଚନ୍ଦନ ପକାଇ ସ୍ନାନ କରନ୍ତୁ, ସୌଭାଗ୍ୟ ପ୍ରାପ୍ତି ହେବ।
ଧନୁ: ପାଣିରେ ମେହେନ୍ଦି ମିଶାଇ ସ୍ନାନ କରନ୍ତୁ। ଏହା ଦ୍ବାରା ଅଟକି ରହିଥିବା କାର୍ଯ୍ୟ ପୁରା ହେବ।
ମକର: ପାଣିରେ ଗୋଟା ଲୁଣ ପକାଇ ସ୍ନାନ କରନ୍ତୁ, ଋଣ ମୁକ୍ତ ହେବେ।
କୁମ୍ଭ: ପାଣିରେ ଦହି ମିଶାଇ ସ୍ନାନ କରିବା ଦ୍ବାରା ରୋଗ ବ୍ୟାଧି ଦୂର ହେବ।
ମୀନ: ପାଣିରେ ଲେମ୍ବୁ ରସ ମିଶାଇ ସ୍ନାନ କରନ୍ତୁ। ଅନିଷ୍ଟ ଦୂର ହେବ।

Comments are closed.