ଏପରି କରନ୍ତୁ ମାଘ ସପ୍ତମୀରେ ପ୍ରଭୁ ସୂର୍ଯ୍ୟଦେବତାଙ୍କ ପୂଜାର୍ଚ୍ଚନା

ମାଘ ସପ୍ତମୀ ହେଉଛି ପ୍ରଭୁ ସୂର୍ଯ୍ୟଦେବଙ୍କ ଉପାସନାର ପର୍ବ। ଧାର୍ମିକ ମାନ୍ୟତା ଅନୁଯାୟୀ, ଏହି ଦିନ ପ୍ରଭୁ ଭାସ୍କରଙ୍କ ସାଧନା, ଆରାଧନା କରିବା ଦ୍ୱାରା ଅକ୍ଷୟ ପୁଣ୍ୟଫଳ ପ୍ରାପ୍ତି ହୋଇଥାଏ। ନିଷ୍ଠାର ସହ ପୂଜାର୍ଚ୍ଚନା କଲେ ପ୍ରଭୁ ନିଜ ଭକ୍ତଙ୍କୁ ସୁଖ-ସମୃଦ୍ଧି ଓ ଉତ୍ତମ ସ୍ୱାସ୍ଥ୍ୟର ଆଶୀର୍ବାଦ ପ୍ରଦାନ କରିଥାଆନ୍ତି।
ପୂଜା ବିଧି …….
– ଏହି ସୂର୍ଯୋଦୟ ପୂର୍ବରୁ ସ୍ନାନ କରନ୍ତୁ। ଏହାପରେ ସୂର୍ଯ୍ୟଦେବଙ୍କୁ ଦର୍ଶନ କରି ‘ଓଁ ଘୁଣି ସୂର୍ଯ୍ୟାୟ ନମଃ’ମନ୍ତ୍ର ଜପ କରି ଜଳ ଅର୍ପଣ କରନ୍ତୁ।
– ଏକ ତମ୍ବା ପାତ୍ରରେ ଲାଲ ରଙ୍ଗର ରେଶମୀ ସୂତା ବାନ୍ଧିବା ସହ ଲାଲ ରଙ୍ଗର ଫୁଲ ପ୍ରଭୁଙ୍କୁ ଅର୍ପଣ କରନ୍ତୁ।
– ଜଳ ଅର୍ପଣ କରିବା ପରେ ଏକ ଲାଲ ରଙ୍ଗର ଆସନରେ ବସି ପୂର୍ବ ଦିଗକୁ ମୁହଁ କରି ସୂର୍ଯ୍ୟଦେବଙ୍କ ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ।
– ବିଭିନ୍ନ ପ୍ରକାର ମିଠା ସହ କଞ୍ଚା କ୍ଷୀର ପ୍ରଭୁଙ୍କୁ ଅର୍ପଣ କରନ୍ତୁ।
– ଏହି ଭୋଗକୁ ଅନ୍ୟମାନଙ୍କୁ ବାଣ୍ଟି ଦିଅନ୍ତୁ।
– ଭୁଲରେ ମଧ୍ୟ ଆମିଷ ଖାଆନ୍ତୁ ନାହିଁ ।
– ସାତ୍ତ୍ୱିକ ଭୋଜନ ଗ୍ରହଣ କରନ୍ତୁ।

 

Comments are closed.