କାହିଁକି ଆମେ ସୀସା ଓ ଏମ୍‌ଏସ୍‌ଜି(ବିଷ) ଥିବା ନୁଡୁଲ୍‌ସ୍‌ ଖାଇବୁ ? ମ୍ୟାଗିକୁ ପ୍ରସଙ୍ଗରେ ନେଷ୍ଟଲେକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ

0

ନୂଆଦିଲ୍ଲୀ .. – ନେଷ୍ଟଲେର ମ୍ୟାଗି ସାରା ଭାରତରେ ଏକ ଲୋକପ୍ରିୟ ନୁଡଲ୍‌ସ୍‌ । ମାତ୍ର ଏଥିରେ ଅଳ୍ପ ପରିମାଣରେ ସୀସା ଓ ମନୋସୋଡିୟମ ଗ୍ଲୁଟାମେଟ୍‌ ରହୁଥିବା ଜଣା ପଡିଥିଲା ।  ଏହି କାରଣରୁ ୨୦୧୭ ମସିହାରେ ନେଷ୍ଟଲେ ସାରା ଦେଶରେ ଥିବା ମ୍ୟାଗି ଷ୍ଟକକୁ ଫେରାଇ ନେଇଥିଲା । ଏଥିରେ ଅଧିକ ପରିମାଣରେ ସୀସା ଓ ମନୋସେଡିୟନ ଗ୍ଲୁକୋମେଟ୍‌ (ଏମ୍‌ଏସ୍‌ଜି) ରହିଥିବା ଜଣା ପଡିଥିଲା । ମ୍ୟାଗି ନୁଡଲସ୍‌ରେ ଅଳ୍ପ ପରିମାଣରେ   (ଅନୁମତି ଦିଆଯାଇଥିବା ପରିମାଣ)ର ସୀସୀ ଓ ମନୋସୋଡିୟମ  ରହୁଥିବା କଥା  ନେଷ୍ଟଲେ ପକ୍ଷରୁ  ଅଦାଲତଙ୍କୁ ସୂଚନା ଦିଆଯାଇଥିଲା । ଉଭୟ ସୀସା  ଓ  ମନୋସେଡିୟମଗ୍ଲୁକୋମେଟ୍‌ (ଏମ୍‌ଏସ୍‌ଜି)  ଏକ ପ୍ରକାରର  ବିଷ ।

ତେବେ ସୀସା ଥିବା ମ୍ୟାଗି ନୁଡଲସ୍‌କୁ ଆମେ କାହିଁକି ଖାଇବୁ ବୋଲି ସୁପ୍ରମକୋର୍ଟର ନ୍ୟାୟାଧୀଶ ଏହି ମାମଲାର ଶୁଣାଣୀ ବେଳେ ପ୍ରକାଶ କରିଛନ୍ତି ।

ଅଦାଲତଙ୍କ ରାୟକୁ ନେଷ୍ଟଲେ ସ୍ୱାଗତ କରୁଛି ବୋଲି ଏକ ପ୍ରେସ ବିବୃତିରେ କହିଛି । ଜାତୀୟ ଉପଭୋକ୍ତ  ବିବାଦ ନିବାରଣ ସଂସ୍ଥାନର ରାୟକୁ ନେଷ୍ଟଲେ ସ୍ୱାଗତ କରିଥିବା କଥା କହିଛନ୍ତି ।

Leave A Reply