ମାଡ୍ରାସ ହାଇକୋର୍ଟର ୩ ବିଚାରପତି କରୋନା ଆକ୍ରାନ୍ତ

ଚେନ୍ନଇ : ମାଡ୍ରାସ ହାଇକୋର୍ଟର ତିନିଜଣ ବିଚାରପତି କରୋନା ଭୂତାଣୁ ସଂକ୍ରମିତ ହୋଇଛନ୍ତି। ଏହି ଘଟଣା ପରେ ହାଇକୋର୍ଟର ପ୍ରଶାସନିକ କମିଟି ମାମଲାର ଶୁଣାଣି ସୀମିତ ପୀଠ ଓ କେବଳ ଭିଡିଓ କନଫରେନ୍ସିଂରେ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦୁଇଟି ଡିଭିଜନ ବେଞ୍ଚ ଓ ୪ଟି ଜଣିକିଆ ବିଚାରପତି ବେଞ୍ଚ ଜରୁରୀ ମାମଲାଗୁଡିକ ନିଜ ବାସଭବନ କାର୍ଯ୍ୟାଳୟରୁ ଶୁଣାଣି କରିବେ। ଅନୁରୂପ କଟକଣା ନିମ୍ନ ଅଦାଲତଗୁଡିକରେ ମଧ୍ୟ କାର୍ଯ୍ୟକାରୀ ହେବ। ୯ଟି ଜିଲା କୋର୍ଟକୁ ସୀମିତ ଓପନ କୋର୍ଟ ଶୁଣାଣି ପାଇଁ ଅନୁମତି ଦିଆଯାଇଛି। ଜୁନ ୩୦ ପର୍ଯ୍ୟନ୍ତ ହାଇକୋର୍ଟ ପରିସରକୁ ପ୍ରବେଶ ବାରଣ କରାଯାଇଛି।

Comments are closed.