ବୁଧବାର ପ୍ରକାଶ ପାଇବ ମଦ୍ରାସା ବୋର୍ଡ ପରୀକ୍ଷା ଫଳ

ଓଡ଼ିଶା ମଦ୍ରାସା ବୋର୍ଡ ଅଧିନରେ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀମାନଙ୍କ ପରୀକ୍ଷା ଫଳ ଆସନ୍ତା କାଲି (ବୁଧବାର) ପ୍ରକାଶ ପାଇବ। ରାଜ୍ୟ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ତରଫରୁ ପରୀକ୍ଷା ଫଳ ପ୍ରକାଶନ ସମ୍ପର୍କିତ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଛି। ଓଡ଼ିଶା ମଦ୍ରାସା ବୋର୍ଡ ଅଧିନରେ ପରୀକ୍ଷା ଦେଇଥିବା ମାଟ୍ରିକ୍‍ ଠାରୁ ଆରମ୍ଭ କରି ପି.ଜି ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କର ପରୀକ୍ଷା ଫଳ ପ୍ରକାଶ ପାଇବ।

ଆସନ୍ତାକାଲି ମୌଲବୀ (ମାଟ୍ରିକ୍‍), ମାହିର (ଯୁକ୍ତ ଦୁଇ), ଆଲିମ୍‍ (ଯୁକ୍ତ ତିନି) ଓ ଫାଜିଲ୍‍ (ପି.ଜି) ପାଠ୍ୟକ୍ରମର ଫଳାଫଳ ପ୍ରକାଶ ପାଇବ। ଗତ ବର୍ଷ ମାହିରରେ ୨୯୨ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୨୯, ମୋୖଲବିରେ ୫୧୪ରୁ ୩୧୦, ଆଲିମ ପରି-ଡିଗ୍ରୀରେ ୧୭୮ରୁ ୧୬୫, ଆଲିମ ଫାଇନାଲ ଡିଗ୍ରୀରେ ୧୪୫ରୁ ୧୪୦ ଏବଂ ଫାଜିଲରେ ଉଭୟ ଶ୍ରେଣୀରୁ ୩୨ରୁ ୩୦ ଓ ୬୪ରୁ ୬୦ଜଣ କୃତକାର୍ଯ୍ୟ ହୋଇଥିଲେ।

Comments are closed.