ନାଥୁରାମ ଗଡସେ ମାମଲା; କମଲହାସନଙ୍କୁ ମିଳିଲା ଅଗ୍ରୀମ ଜାମିନ

ଚେନ୍ନଇ : ନାଥୁରାମ ଗଡସେଙ୍କୁ ନେଇ ବିବାଦୀୟ ବୟାନ ମାମଲାରେ ସୋମବାର ମକ୍କଲ ନିଧି ମୟମ (ଏମ୍‍ଏନ୍‍ଏମ) ଅଧ୍ୟକ୍ଷ ତଥା ଅଭିନେତା କମଲ ହାସନଙ୍କୁ ମାଡ୍ରାସ ହାଇକୋର୍ଟର ମଦୁରାଇ ବେଞ୍ଚ ଅଗ୍ରୀମ ଜାମିନ ପ୍ରଦାନ କରିଛି। ନାଥୁରାମ ଗଡସେଙ୍କୁ ନେଇ କମଲ ହାସନଙ୍କ ବିବାଦୀୟ ଟିପ୍ପଣୀ ବିରୋଧରେ ହିନ୍ଦୁ ମୁନାନି ପାର୍ଟି ପକ୍ଷରୁ ମାମଲା ରୁଜୁ କରାଯାଇଥିଲା। ଏହା ପୂର୍ବରୁ ଦୁଇଟି ଜନସଭାରେ ତାଙ୍କ ଉପରକୁ ଚପଲ ଓ ପଥର ମାଡ଼ ହୋଇସାରିଛି।
ପ୍ରକାଶ ଯେ କମଳନାଥ ଏକ ଜନସଭାରେ ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡ଼ସେଙ୍କୁ ଭାରତର ପ୍ରଥମ ହିନ୍ଦୁ ଆତଙ୍କବାଦୀ ବୋଲି କହିଥିଲେ। ଏହାକୁ ନେଇ ବିଜେପି ଓ ଅନ୍ୟ ହିନ୍ଦୁ ସଂଗଠନଗୁଡ଼ିକ କମଲନାଥଙ୍କ ନିନ୍ଦା କରିଥିଲେ। ହିନ୍ଦୁ ଧର୍ମ ସହ ଆତଙ୍କବାଦ ଶବ୍ଦ ଯୋଡ଼ି କମଲନାଥ ହିନ୍ଦୁ ଧର୍ମାବଲମ୍ବୀଙ୍କ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ହିନ୍ଦୁ ମୁନାନି ପାର୍ଟି ତାଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି।

Comments are closed.