ମଧ୍ୟପ୍ରଦେଶର ସିଦ୍ଧିରେ କେନାଲକୁ ବସ ଖସିବା ଘଟଣା ; ମୃତ୍ୟୁ ସଂଖ୍ୟା ୪୦

ସିଦ୍ଧି : ମଧ୍ୟପ୍ରଦେଶର ରିୱା-ସିଦ୍ଧି ସୀମା ନିକଟସ୍ଥ ଛୁହିୟାଘାଟି ନିକଟରେ ମଙ୍ଗଳବାର ରାମପୁର ନେକିନ ଥାନା ଅନ୍ତର୍ଗତ ଅଞ୍ଚଳରେ ସକାଳ ସମୟରେ ୫୪ ଯାତ୍ରୀଙ୍କୁ ନେଇ ଯାଉଥିବା ବସ କେନାଲରେ ଓଲଟି ପଡିବା ଘଟଣାରେ ଏଯାଏଁ ୪୦ ମୃତଦେହ ଉଦ୍ଧାର ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ଶିଶୁ , ୧୮ ମହିଳା ଓ ୨୧ ଜଣ ପୁରୁଷ ଥିଲେ ବୋଲି ସୂଚନା ମିଳିଛି। ମାତ୍ର ୭ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ଏବେ ମଧ୍ୟ ୭ ଜଣ ନିଖୋଜ ରହିଛନ୍ତି। ବସ ଚାଳକ ପହଁରି କେନାଲରୁ ବାହାରକୁ ଆସିବା ପରେ ପୁଲିସ ଚାଳକଙ୍କୁ ଗିରଫ କରିଛି ବୋଲି ଜଣାପଡ଼ିଛି।
ସୂଚନା ଯୋଗ୍ୟ, ରିୱା-ସିଦ୍ଧି ସୀମା ନିକଟସ୍ଥ ଛୁହିୟାଘାଟି ନିକଟରେ ଯାତ୍ରୀବାହୀ ବସଟି ଭାରସାମ୍ୟ ହରାଇ କେନାଲକୁ ଓଲଟି ପଡିଥିଲା। ଏହାପରେ ତୁରନ୍ତ ସ୍ଥାନୀୟ ଲୋକେ ଯାତ୍ରୀଙ୍କୁ ଉଦ୍ଧାର କରିବା ସହ ପୁଲିସ ଓ ଏନଡିଆରଏଫ ଟିମକୁ ଖବର ଦେଇଥିଲେ। ବସଟି ସିଦ୍ଧିରୁ ସତନା ଯାଉଥିଲା। ବସଟି ଭାରସାମ୍ୟ ହରାଇ କେନାଲକୁ ଓଲଟି ପଡିବା ପରେ ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି  ଥିଲେ।  ବସରେ ପ୍ରାୟ ୫୪ ଯାତ୍ରୀ ଥିଲେ।

Comments are closed.