ମଧ୍ୟପ୍ରଦେଶରେ ୩୫୦ରୁ ଊର୍ଦ୍ଧ୍ବ ପ୍ରକଳ୍ପର ଇ-ଲୋକାର୍ପଣ କଲେ ମୋଦୀ

0

ଭୋପାଳ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ମଧ୍ୟପ୍ରଦେଶର ସହର ବିକାଶ ମହୋତ୍ସବରେ ୩୫୦ରୁ ଅଧିକ ପ୍ରକଳ୍ପର ଇ-ଲୋକାର୍ପଣ କରିଛନ୍ତି। ଏହି ଉତ୍ସବରେ ରାଜ୍ୟପାଳ ଆନନ୍ଦିବେନ ପଟେଲ ଏବଂ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନଙ୍କ ସମେତ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏବଂ ରାଜ୍ୟ ଜଳ ଉତ୍ସବ ମନ୍ତ୍ରୀ ନରୋତ୍ତମ ମିଶ୍ରା ଉପସ୍ଥିତଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋହନପୁରା ବୃହତ ଜଳଚସଚନ ପ୍ରକଳ୍ପର ଲୋକାର୍ପଣ କରିଥିଲେ। ୩,୮୬୬ କୋଟି ଟଙ୍କା ବିନିମୟରେ ନିର୍ମିତ ଏହି ଜଳସେଚନ ପ୍ରକଳ୍ପରେ ୭୨୭ ଗ୍ରାମକୁ ଜଳସେଚନ ସୁବିଧା ମିଳିବ। ଏହି ପ୍ରକଳ୍ପ ଦ୍ୱାରା ଲକ୍ଷାଧିକ ହେକ୍ଟର ଜମିରେ ଜଳସେଚନ ହୋଇପାରିବ ଏବଂ ୭୦୦ରୁ ଅଧିକ ଗ୍ରାମକୁ ଏହାର ଲାଭ ମିଳିବ ବୋଲି ମୋଦୀ କହିଥିଲେ। ଦିନେ ମଧ୍ୟପ୍ରଦେଶକୁ ବିମାରୁ ରାଜ୍ୟ ମଧ୍ୟରେ ଗଣାଯାଉଥିଲା। ଆଗରୁ ମଧ୍ୟପ୍ରଦେଶରେ ଶାସନ କରୁଥିବା କଂଗ୍ରେସକୁ ଏହି ଅପମାନ କଷ୍ଟ ଦେଉନଥିଲା। ହେଲେ ବିଜେପି ଶାସନକୁ ଆସିବା ପରେ ମଧ୍ୟପ୍ରଦେଶକୁ ବିମାରୁ ରାଜ୍ୟ ମଧ୍ୟରୁ ବାହାର କରିଛି। ଏବେ ମଧ୍ୟପ୍ରଦେଶ ଦେଶର ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି ମୋଦୀ ନିଜ ଅଭିଭାଷଣରେ କହିଥିଲେ। ରାଜଗଡ଼ସ୍ଥିତ ନେହରୁ ଷ୍ଟାଡିୟମରେ ଏହି ମହୋତ୍ସବର ଆୟୋଜନ କରାଯାଇଥିଲା। ଇନ୍ଦୋରଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ଶିବରାଜଙ୍କ ୧୫ ଫୁଟ୍‍ ଉଚ୍ଚା ଏବଂ ୨.୫ ଫୁଟ୍‍ ଦୀର୍ଘ ଏକ ପୋଷ୍ଟର ପାଇଁ ୫୦ ନଗର ନିଗମ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ଅଭିଯୋଗ ହୋଇଛି। ସେହିପରି ନେହରୁ ଷ୍ଟାଡିୟମରେ ଲୋକଙ୍କ ଭିଡ଼ ଆଣିବା ପାଇଁ ୬୦୦ ବସ୍‍କୁ ଭଡ଼ାରେ ନିଆଯାଇଛି। ସବୁ ବସ୍‍ରେ ଲୋକଙ୍କ ଖାଇବାର ବ୍ୟବସ୍ଥା କରାଯାଇଛି ବୋଲି ସୂଚନା ମିଳିଛି।

Leave A Reply