ଏସ୍‍ଏଏଫ ଯବାନଙ୍କୁ ନେଇ ଯାଉଥିବା ବସ୍‍ ଦୁର୍ଘଟଣାଗ୍ରସ୍ତ; ଜଣେ ମୃତ, ୧୬ ଆହତ

ଭୋପାଳ : ମଧ୍ୟପ୍ରଦେଶ ବୈତୁଲ ଜିଲା ଆଶାପୁର ରାଜପଥର ମୋହଦା ନିକଟରେ ରବିବାର ଅପରାହ୍ଣରେ ଏସଏଏଫ ଯବାନଙ୍କୁ ନେଇ ଯାଉଥିବା ଏକ ବସ୍‍ ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡ଼ିଛି। ଏଥିରେ ଜଣେ ଯବାନଙ୍କ ମୃତ୍ୟୁ ଘଟିଥିବା ବେଳେ ୧୬ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ବୈତୁଲ ଜିଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରୁ ଗୁରୁତର ଥିବା ୪ ଜଣ ଯବାନଙ୍କୁ ଭୋପାଳ ମୁଖ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁସାରେ ଏସ୍‍ଏଏଫ-୮ ବାଟାଲିୟନର ଏକ ବସ୍‍ ପାଖାପାଖି ୫୪ ଯବାନଙ୍କୁ ନେଇ ବୁରହାନପୁର ଯାଉଥିଲା। ରବିବାର ଅପରାହ୍ଣରେ ଆଶାପୁର ରାଜପଥର ମୋହଦା ନିକଟରେ ଏକ ଅଜଣା ଗାଡ଼ି ସହ ଯବାନଙ୍କ ଗାଡ଼ିର ଧକ୍କା ହୋଇଥିଲା। ଏଥିରେ ଭାରସାମ୍ୟ ହରାଇ ଏସ୍‍ଏଏଫ ବସ୍‍ଟି ଓଲଟି ପଡ଼ିଥିଲା।

Comments are closed.