ଜ୍ୟୋତିରାଦିତ୍ୟ ସିନ୍ଦିଆଙ୍କୁ କଳାପତାକା ଦେଖାଇଥିବା ୩୫ ଜଣଙ୍କ ନାମରେ ମାମଲା

ଭୋପାଳ: କଂଗ୍ରେସ ଛାଡ଼ି ବିଜେପିରେ ଯୋଗଦେଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଦିଆଙ୍କୁ କଳାପତାକା ଦେଖାଇଥିବା ଅଭିଯୋଗରେ ୩୫ଜଣଙ୍କ ନାମରେ ମାମଲା ରୁଜୁ କରିଛି ପୁଲିସ। ଶୁକ୍ରବାର ସିନ୍ଦିଆ ଭୋପାଳ ବିମାନ ବନ୍ଦର ଅଭିମୁଖେ ଯାଉଥିବା ବେଳେ ତାଙ୍କ କାର ଉପରକୁ ପଥର ମାଡ କରାଯିବା ସହ କମଲା ପାର୍କ ନିକଟରେ ତାଙ୍କୁ କଳାପତାକା ଦେଖାଯାଇଥିବା ଅଭିଯୋଗ ହୋଇଥିଲା।

ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ କହିଛନ୍ତି ଯେ ,ମଧ୍ୟପ୍ରଦେଶ ରାଜ୍ୟସଭା ନିର୍ବାଚନ ପାଇଁ ଆସୁଥିବା ବେଳେ ବିଜେପି ପାର୍ଥୀ ଜ୍ୟୋତିରାଦିତ୍ୟ ସିନ୍ଦିଆଙ୍କ ଉପରକୁ ଏକ ମର୍ମନ୍ତୁଦ ଆକ୍ରମଣ ଉଦ୍ୟମ କରାଯାଇଥିଲା। ଶିବରାଜ ସିଂ ଚୌହାନ ଦାବି କରିଛନ୍ତି କି କମଲା ପାର୍କ ନିକଟରେ ସିନ୍ଦିଆଙ୍କ କାରକୁ ଅଟକାଇବାକୁ ଚେଷ୍ଟା କରାଯାଇଥିଲା ଏବଂ ତାଙ୍କ କାର ଉପରକୁ ପଥର ଫିଙ୍ଗା ଯାଇଥିଲା। ତେବେ ପୁଲିସ ସିନ୍ଦିଆଙ୍କ କାର ଉପରକୁ ପଥର ଫିଙ୍ଗିବା ଘଟଣାକୁ ଅସ୍ୱୀକାର କରିଛି। ପୁଲିସ ସୂଚନାଅନୁସାରେ ସିନ୍ଦିଆଙ୍କୁ କଳାପତାକା ଦେଖାଯାଇଥିଲା। ପୁଲିସ ମଧ୍ୟ ୩୫ ଜଣଙ୍କ ନାମରେ ମାମାଲା ରୁଜୁ କରିଛି।

Comments are closed.