ମଧ୍ୟପ୍ରଦେଶରେ ଓବିସି ସଂରକ୍ଷଣ ୧୪ରୁ ୨୭%କୁ ବୃଦ୍ଧି

ଭୋପାଳ : ମଧ୍ୟପ୍ରଦେଶ ସରକାର ଅନ୍ୟ ପଛୁଆ ବର୍ଗ (ଓବିସି) ସଂରକ୍ଷଣର ବର୍ତ୍ତମାନର କୋଟାକୁ ବଢାଇ ଦେଇଛନ୍ତି। କମଲନାଥଙ୍କ କ୍ୟାବିନେଟ ଓବିସି ସଂରକ୍ଷଣକୁ ୧୪ରୁ ୨୭% ବୃଦ୍ଧି କରିବାକୁ ମଞ୍ଜୁରୀ ଦେଇଦେଇଛି। ସୋମବାର ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବ ଅନୁମୋଦିତ ହୋଇଛି। ମଧ୍ୟପ୍ରଦେଶ ବିଧାନସଭାର ମୌସୁମୀ ଅଧିବେଶନରେ ଏହି ପ୍ରସ୍ତାବକୁ ପାରିତ କରାଯିବ ବୋଲି ସୂଚନା ମିଳିଛି।
ମଧ୍ୟପ୍ରଦେଶ ଆଇନ ମନ୍ତ୍ରୀ ପିସି ଶର୍ମା କହିଛନ୍ତି ଯେ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଓବିସିଙ୍କୁ ୨୭% ସଂରକ୍ଷଣ ଦେବାକୁ ଘୋଷଣା କରିଥିଲେ। ଏହି ପ୍ରସ୍ତାବକୁ ସୋମବାର କ୍ୟାବିନେଟ ମଞ୍ଜୁରୀ ଦେଇଛି। ଆସନତା ବିଧାନସଭା ଅଧିବେଶନରେ ଏହାକୁ ପାରିତ କରାଯାଇ ଆଇନ ଅଣାଯିବ।
ପ୍ରକାଶ ଯେ ମଧ୍ୟପ୍ରଦେଶରେ ଅନୁସୂଚିତ ଜାତି ଓ ଜନଜାତିଙ୍କୁ ୩୬% ସଂରକ୍ଷଣ ମିଳୁଛି। ଏବେ ଏଥିରେ ପରିବର୍ତ୍ତନ କରିବାକୁ ପଡ଼ିବ।

Comments are closed.