ମଧ୍ୟପ୍ରଦେଶ ସରକାରଙ୍କ ବଡ ନିଷ୍ପତ୍ତି, ଏଣିକି ସରକାରୀ ଚାକିରିରେ ବାହାର ରାଜ୍ୟ ଲୋକଙ୍କୁ ମନା

ଭୋପାଳ : ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ରାଜ୍ୟ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟର ସମସ୍ତ ସରକାରୀ ଚାକିରୀ କେବଳ ମଧ୍ୟପ୍ରଦେଶର ବାସିନ୍ଦାଙ୍କ ପାଇଁ ସଂରକ୍ଷିତ କରାଯାଇଛି। ଏହା ଅଧୀନରେ ରାଜ୍ୟରେ ଉପଲବ୍ଧ ସରକାରୀ ଚାକିରିରେ ରାଜ୍ୟବାସୀ ଅଗ୍ରାଧିକାର ପାଇପାରିବେ, କିମ୍ବା ରାଜ୍ୟ ସରକାରଙ୍କ ଚାକିରି ଉପରେ କେବଳ ରାଜ୍ୟର ଯୁବକଙ୍କର ଅଧିକାର ରହିବ। ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏହା ସୂଚାଇ ଦେଇଛନ୍ତି। ଏଥିଲାଗି ଆବଶ୍ୟକୀୟତା ଆଇନ ପ୍ରସ୍ତୁତ ହେଉଛି ।

ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତି ଉପନିର୍ବାଚନକୁ ଦେଖି ନିଆଯାଇଥିବା ଆଶଙ୍କା କରାଯାଉଛି । ମଧ୍ୟପ୍ରଦେଶରେ ୨୭ଟି ବିଧାନସଭା ସିଟରେ ଉପନିର୍ବାଚନ ହେବ । କିନ୍ତୁ ଅନେକ ଦିନରୁ ମଧ୍ୟପ୍ରଦେଶରେ ଦାବି କରାଯାଉଥିଲା ସମ୍ପୂର୍ଣ୍ଣ ରୂପେ ରାଜ୍ୟବାସୀଙ୍କ ନାଁରେ ସରକାରୀ ଚାକିରୀକୁ ସଂରକ୍ଷିତ କରାଯାଉ । ସୂଚନାଥାଉକି, କିଛି ବିଭାଗରେ ବାହାର ରାଜ୍ୟର ଯୁବପିଢୀଙ୍କ ପାଇଁ ୫ପ୍ରତିଶତ ସଂରକ୍ଷିତ ଥିଲା । ଏଥି ସହିତ ମଧ୍ୟପ୍ରଦେଶ ସରକାର ନିଯୁକ୍ତି ପାଇଁ ଦେଶର ବିଭିନ୍ନ ସ୍ଥାନରୁ ଆବେଦନ କରାଯାଇଥିଲା। ଏଥିରେ କୌଣସି ପ୍ରତିବନ୍ଧକ ନଥିଲା, ଦେଶର ଯେକୌଣସି ବ୍ୟକ୍ତି ଚାକିରି ପାଇଁ ଆବେଦନ କରିପାରୁଥିଲେ।  ନିକଟରେ ଜେଲ ଗାର୍ଡ ନିଯୁକ୍ତି ବିଜ୍ଞାପନ ମଧ୍ୟ ଦେଶ ସ୍ତରରେ ପ୍ରକାଶ ପାଇଥିଲା। ମଧ୍ୟପ୍ରଦେଶର ଯୁବକମାନେ ମଧ୍ୟ ଏହାକୁ ବିରୋଧ କରିଥିଲେ।

ତେବେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏହି ଘୋଷଣା କରିବା ପରେ କଂଗ୍ରେସ କହିଛି ଯେ ଏହା ଶିବରାଜ ସିଂ ଚୌହାନ ଦିଗ୍‌ବିଜୟ ସଂଙ୍କ ନିଷ୍ପତ୍ତିର ପୁନରାବୃତ୍ତି କରିଛନ୍ତି। ଦିଗ୍‌ବିଜୟ ସଂ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଏହି ନିଷ୍ପତ୍ତି ନେଇଥିଲେ କିନ୍ତୁ ବିଜେପି ସରକାର ଗଠନ କରିବା ପରେ ଏହି ନିଷ୍ପତ୍ତି ବଦଳେଇଦେଇଥିଲା।

Comments are closed.