ଇନ୍ଦୋରର ଆପଲ ହସ୍ପିଟାଲ ପାଖ ଟାୟାର ଗୋଦାମରେ ଅଗ୍ନିକାଣ୍ଡ

ଇନ୍ଦୋର : ମଧ୍ୟପ୍ରଦେଶର ଇନ୍ଦୋରରେ ଥିବା ଆପଲ ହସ୍ପିଟାଲ ପାଖ ଏକ ଟାୟାର ଗୋଦାମରେ ସୋମବାର ମଧ୍ୟରାତ୍ରୀରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରୁଥିବା ଜଣାପଡିଛି।

ସୂଚନା ମୁତାବକ, ସୋମବାର ମଧ୍ୟରାତ୍ରୀରେ ଟାୟାର ଗୋଦାମରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ଫଳରେ ଏହାର ଧୂଆଁ ନିକଟରେ ଥିବା ଆପଲ ହସ୍ପିଟାଲର ୫ମ ଓ ୬ଷ୍ଠ ମହଲାରେ ଥିବା ଆଇସିୟୁ ଭିତରକୁ ପ୍ରବେଶ କରିଯାଇଥିଲା। ତେଣୁ ସଙ୍ଗେସଙ୍ଗେ ଡ଼ାକ୍ତରଖାନାର ୫ମ ଓ ୬ଷ୍ଠ ମହଲାରେ ଥିବା ରୋଗୀମାନଙ୍କୁ ତଳ ମହଲାକୁ ଅଣାଯାଇଥିଲା। ଏବଂ କିଛି ରୋଗୀଙ୍କୁ ଅଲଗା ଡାକ୍ତରଖାନକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି।

Comments are closed.