ମାଆ-ବାପାଙ୍କ ସହ ଶୋଇଥିବା ବେଳେ ୭ବର୍ଷୀୟ ଶିଶୁକୁ ଝାମ୍ପିନେଲା “ଚିତା”

ଭୋପାଳ : ମଧ୍ୟପ୍ରଦେଶର ଘେରା ଜିଲା ଅମଝୋରା ଥାନା ଅନ୍ତର୍ଗତ ଭେରୁ ଘାଟ ପାଖରେ ଥିବା ଏକ ଜମିରେ ବାପା ଓ ମାଆଙ୍କ ସହ ଶୋଇଥିବା ବେଳେ ଚିତା ବାଘ ଆକ୍ରମଣରେ ଜଣେ ୭ବର୍ଷୀୟ ଶିଶୁର ମୃତ୍ୟୁ ହୋଇଥିବା ଜଣାପଡିଛି। ନିଜର ଚାଷ ଜମିକୁ ଦୁଇ ସ୍ବାମୀ ଓ ସ୍ତ୍ରୀ ତାଙ୍କର ୭ବର୍ଷୀୟ ଶିଶୁକୁ ଧରି ଜଗି ରହିଥିଲେ। ସେମାନେ ଶୋଇ ପଡ଼ିଥିବା ସମୟରେ ଏକ ଚିତା ବାଘ ଆସି ଶିଶୁଟିକୁ ଝାମ୍ପି ନେଇଥିଲା। ମୃତ ଶିଶୁର ପିତାଙ୍କ ନାମ ମଞ୍ଜରାବ ଖରାଡି।
ଖରାଡିଙ୍କ କହିବା ଅନୁସାରେ, ସେ ଶୋଇଥିବା ସମୟରେ ଚିତା ଆସି ତାଙ୍କ ଶିଶୁକୁ ଝାମ୍ପି ନେଇଥିଲା। ଅନେକ ସମୟ ଖୋଜାଖୋଜି ପରେ ପୁଲିସକୁ ଶିଶୁର ମୃତଦେହ ମିଳିଥିଲା। ମୃତଦେହ‌ରେ ଶିଶୁଟିର ମୁହଁ ଏବଂ ଗୋଡ଼ର ମାଂଶ ଚିତା ଖାଇଦେଇଥିବା ଦେଖାଯାଇଛି।

Comments are closed.