ମଧ୍ୟପ୍ରଦେଶରେ ଟୋଲ କର୍ମଚାରୀକୁ ବିଜେପି ସାଂସଦଙ୍କ ମାଡ଼

0

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ସରକାରରେ ଥିବା ଜନୈକ ବିଜେପି ସାଂସଦ ଶିବପୁର ଜିଲାର ଟୋଲ ଗେଟରେ କାର୍ଯ୍ୟରତ ଜନୈକ କର୍ମଚାରୀଙ୍କୁ ମାଡ଼ ମାରିବାର ଦୃଶ୍ୟ ସାମ୍ନାକୁ ଆସିଛି। ଖଣ୍ଡୱା ସାଂସଦ ନନ୍ଦକୁମାର ସିଂହ ସଦଳବଳେ ଯାଉଥିବା ଗାଡ଼ିରୁ ଟିକସ ଆଦାୟ କରିବାକୁ ଯାଇ ମାଡ଼ ଖାଇଛନ୍ତି ଟୋଲ କର୍ମଚାରୀ। ସାଂସଦ ଓ ତାଙ୍କ ସହଯୋଗୀ ରାସ୍ତା ମଝିରେ ଉକ୍ତ ଟୋଲ କର୍ମଚାରୀଙ୍କୁ ମାଡ଼ ମାରିଥିଲେ। ଶିବପୁରୀରୁ ଗୁନା ଅଭିମୂଖେ ଯାଇଥିବା ମୁମ୍ବଇ- ଆଗ୍ରା ଜାତୀୟ ରାଜପଥ କୋଲାରସ ଥାନା ଅନ୍ତର୍ଗତ ପ୍ରତିଷ୍ଠିତ ଏହି ଟୋଲ ଗେଟରେ ଘଟିଥିଲା ଏହି ଘଟଣା। ଘଟଣାକୁ ନେଇ ବିରୋଧୀ ସୋସିଆଲ ମିଡିଆରେ ରାଜ୍ୟ ସରକାରଙ୍କ ନୀତି ଆଦର୍ଶକୁ ନେଇ କଟାକ୍ଷ କରିଛନ୍ତି। ଟୋଲ କର୍ମଚାରୀଙ୍କ ମାଡ଼ ମାରିବାର ଦୃଶ୍ୟ ସୋସିଆଲ ମିଡିଆରେ ମଧ୍ୟ ଜୋର ଚର୍ଚ୍ଚା ହୋଇଛି।

Leave A Reply