ଉତ୍ତରପ୍ରଦେଶ ପରେ ମଧ୍ୟପ୍ରଦେଶରେ ପୁଣି ଏକ ଦୁର୍ଘଟଣା : ଶ୍ରମିକଙ୍କୁ ନେଇ ଆସୁଥିବା ଟ୍ରକ ଓଲଟି ୫ ଶ୍ରମିକ ମୃତ, ୧୫ ଗୁରୁତର

ନୂଆଦିଲ୍ଲୀ : ଶନିବାର ଭୋର ସମୟରେ ଉତ୍ତରପ୍ରଦେଶର ଔରେୟା ଜିଲ୍ଲାରେ ସଡ଼କ ଦୁର୍ଘଟଣା ୨୩ ଶ୍ରମିକଙ୍କ ମୃତ୍ୟୁ ଆଖି ଆଗରୁ ନଯାଉଣୁ ପୁଣି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ ପ୍ରବାସୀ ଶ୍ରମିକଙ୍କୁ ନେଇ ଯାଉଥିବା ଏକ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ସଡ଼କ ଦୁର୍ଘଟଣାରେ ପାଞ୍ଚ ଜଣ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୫ ଜଣ ଆହତ ହୋଇଛନ୍ତି।


ସୂଚନାଅନୁସାରେ ପ୍ରବାସୀ ଶ୍ରମିକଙ୍କୁ ନେଇ ଯାଉଥିବା ଏକ ଟ୍ରକ ମଧ୍ୟପ୍ରଦେଶର ସାଗର ନିକଟରେ ଓଲଟି ପଡିଥିଲା । ଯାହା ଫଳରେ ୫ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଶ୍ରମିକ ଆହତ ହୋଇଛନ୍ତି ।  ମଧ୍ୟପ୍ରଦେଶ ସାଗର ଏସପି ପ୍ରବୀଣ ଭୁରିଆ ସୂଚନାଦେଇ କରିଛନ୍ତି ଟ୍ରକରେ ଶ୍ରମିକମାନେ ମହାରାଷ୍ଟ୍ରରୁ ଉତ୍ତରପ୍ରଦେଶର ସିଦ୍ଧାର୍ଥନଗର ଆସୁଥିଲେ । ଦୁର୍ଘଟଣାଗ୍ରସ୍ତ ଟ୍ରକରେ ବହୁ ପଲିଥିନ ବୋଝେଇ ହୋଇଯାଇଥିଲା। ଏହି ଶ୍ରମିକମାନେ ଏଥିରେ ଚଢ଼ି ସେମାନଙ୍କୁ ଘରକୁ ଫେରିବାକୁ ବାଧ୍ୟ ହୋଇଥିଲେ। ବାଟରେ ଦୁର୍ଘଟଣା ଟ୍ରକଟି ଓଲଟି ପଡିଥିଲା । ଖବରପାଇ ଘଟଣାସ୍ଥଳରେ ପୁଲିସ ଓ ଆମ୍ବୁଲାନ୍ସ ପହଞ୍ଚି ଶ୍ରମିକଙ୍କୁ ଉଦ୍ଧାର କରିବା ସହ ଆହତମାନଙ୍କୁ ସ୍ଥାନୀୟ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି ।  ମିଳିଥିବା ସୂଚନା ଅନୁଯାୟୀ, ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରେ ତିନିଜଣ ମହିଳା ଏବଂ ଦୁଇ ଜଣ ପୁରୁଷ ରହିଛନ୍ତି । ଏହି ଲୋକମାନେ ଟ୍ରକରେ ପରିବାର ସହିତ ଘରକୁ ଯାଉଥିଲେ।

 

Comments are closed.