କଂଗ୍ରେସର ଯୁବ ସଂଗଠକଙ୍କ ଏକାଦଶାହରେ ସ୍ମୃତି ସଭା

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନ ମଣ୍ଡଳୀ ସାହାରପଡା ବ୍ଲକ ବେଗନା ଗ୍ରାମର କଂଗ୍ରେସର ଯୁବ ସଂଗଠକ ତଥା ଜିଲ୍ଲା କଂଗ୍ରେସ ସୋସିଆଲ ମିଡିଆ ଅଧ୍ୟକ୍ଷ ସୁଢଳ ସେଠୀଙ୍କ ସାନ ଭାଇ ମଧୁସୂଦନ ସେଠୀ ଓରଫ ଟୁଟୁଙ୍କର ଅକାଳ ବିୟୋଗ ଘଟିଥିଲା । ଗତକାଲି ତାଙ୍କ ଏକାଦଶାହ କାର୍ଯ୍ୟ ଅବସରରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଥିଲା । ଏହି ସ୍ମୃତି ସଭାରେ ଜିଲ୍ଲା କଂଗ୍ରେସ ସଭାପତି ବିପ୍ଳବ ମିଶ୍ର, ପାଟଣା କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ପ୍ରାର୍ଥୀ ଇଂ ବିନୋଦ ବିହାରୀ ନାଏକ, ବିଜେପିର ବରିଷ୍ଠ ନେତା ସତ୍ୟବ୍ରତ ନାଏକ ଓ ଦେବାଶିଷ ସାହୁଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇ ସ୍ବର୍ଗତ ମଧୂସୁଦନଙ୍କ ସ୍ମୃତି ଚାରଣ କରିବା ସହ ତାଙ୍କ ଅମର ଆତ୍ମା ପ୍ରତି ଶ୍ରଦ୍ଧା ସୁମନ ଜଣାଇଥିଲେ ।

Comments are closed.